ବାତ୍ୟା ‘ୟାସ’ର ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଭାରତୀୟ ନୌସେନା ଜାହାଜ ଓ ଏୟାରକ୍ରାଫ୍ଟ ସଜାଗ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବଳୟ କ୍ରମଶଃ ଘନୀଭୂତ ହୋଇ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ ‘ୟାସ’ ରୂପ ନେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ହୋଇ ଆସନ୍ତା ୨୬ତାରିଖ ଦିନ ଅତିକ୍ରମ କରିବା ସମ୍ଭାବନା ଅଛି । ଭାରତୀୟ ନୌସେନା ଏହି ଝଡବାତ୍ୟାର ଗତିପଥ ଉପରେ ସତର୍କ ନଜର ରଖିଛି । ପୂର୍ବ ନୌକମାଣ୍ଡ ଏବଂ ଓଡିଶା ଓ ପଶ୍ଚିମବଙ୍ଗ ଭାରପ୍ରାପ୍ତ ନୌସେନା ଅଧିକାରୀ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିଛନ୍ତି । ସେମାନେ ରାଜ୍ୟ ପ୍ରଶାସନର ଯୋଗାଯୋଗରେ ରହିବା ସହ ଆବଶ୍ୟକ ସ୍ଥଳେ ସମସ୍ତ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି । ପ୍ରସ୍ତୁତିର ଅଂଶବିଶେଷ ଭାବେ ୮ଟି ବନ୍ୟା ରିଲିଫ ଓ ଚାରୋଟି ଡ୍ରାଇଭିଂ ଟିମ୍ ଓଡିଶା ଓ ପଶ୍ଚିମବଙ୍ଗରେ ଉପସ୍ଥିତ ଦଳର ସହାୟତା ପାଇଁ ପ୍ରସ୍ତୁତ ରହିଛନ୍ତି । ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ମାନବିକ ସହାୟତା ଓ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଚାରୋଟି ନୌସେନା ଜାହାଜ ସଜାଗ ରହିଛନ୍ତି । ନୌସେନାର ଏୟାରକ୍ରାପ୍ଟ ବିଶାଖାପାଟଣାର ଆଇଏନଏସ ଡେଗା ଓ ଚେନ୍ନାଇ ନିକଟସ୍ଥ ଆଇଏନଏସ ରାଜାଲୀ ନୌସେନା ଏୟାର ଷ୍ଟେସନଠାରେ ସମ୍ଭାବ୍ୟ ବିପଦର ମୁକାବିଲା ନିମନ୍ତେ ରିଲିଫ ସାମଗ୍ରୀ ସହ ପ୍ରସ୍ତୁତ ହୋଇରହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.