ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଗୋଟି ବଳଦଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି

●ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କଲେ ଲୋକେ

ଲାଞ୍ଜିଗଡ: ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଗୋଟି ବଳଦ ମୃତ୍ୟୁବରଣ କରିଛନ୍ତି । ଏଥିପାଇଁ ଲୋକେ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରି କ୍ଷତିପୂରଣ ଦାବି କରିଛନ୍ତି । ସୂଚନାନୁଯାୟୀ, ଲାଞ୍ଜିଗଡ ସହରରୁ ମୁନିଗୁଡାକୁ ସଂଯୋଗ କରୁଥିବା ରାସ୍ତାର ବିୟର ବାର ଓ ନିକଟସ୍ଥ ଓଏସେଲ କଲୋନୀକୁ ସଂଯୋଗ ହୋଇଥିବା ବିଦ୍ୟୁତ୍ ତାର ଛିଣ୍ଡି ତଳେ ପଡିଥିଲା । ମଙ୍ଗଳବାର ରାତିରୁ ଏହା ଛିଣ୍ଡି ପଡିଥିବାବେଳେ ବୁଧବାର ସକାଳ ୧୧ ଘଣ୍ଟା ସମୟରେ ଚରିବାକୁ ଯାଇଥିବା ଲାଞ୍ଜିଗଡ ବଡପଡାର ଜଗନ୍ନାଥ ହରିଜନଙ୍କ ଗୋଟିଏ ବଳଦ ଓ ଲାଞ୍ଜିଗଡ ମେନ୍ ରୋଡ ଚନ୍ଦ୍ରମଣି ମହାଖୁଡଙ୍କ ଏକ ବଳଦ ଏହି ଜୀବନ୍ତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିବାବେଳେ ଖବର ପାଇ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଦୀର୍ଘ ସମୟ ଧରି ବିଦ୍ୟୁତ ତାର ଛିଣ୍ଡିଥିଲେ ହେଁ ବିଭାଗୀୟ କର୍ମକର୍ତ୍ତା ଏ ସଂପର୍କରେ କୌଣସି ଖବର ନପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଭାଗର ଅବହେଳା ଯୋଗୁଁ ଦୁଇଟି ନିରୀହ ପ୍ରାଣୀର ଜୀବନ ଯାଇଥିବାବେଳେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି । ସୂଚନାଯୋଗ୍ୟ, ବଡପଡାର ଜଗନ୍ନାଥ ଜଣେ ଅତି ଗରିବ ଚାଷୀ ହୋଇଥିବାବେଳେ ତାଙ୍କର ବଳଦ ମରିଯିବାରୁ ସେ ଗୋଟିକିଆ ବଳଦକୁ ନେଇ କିପରି ଚାଷ କରିବେ ସେ ନେଇ ମୁଣ୍ଡରେ ହାତଦେଇ ବସିଛନ୍ତି । ବଳଦର ମୃତ୍ୟୁ ଖବର ପାଇ ସେ ଘଟଣାସ୍ଥଳକୁ ଯାଇ ନିଜ ପ୍ରିୟ ବଳଦର ଶବକୁ ଦେଖି ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ବଳଦକୁ ତାଙ୍କର ଏହି ଭଲପାଇବା ସମସ୍ତଙ୍କୁ ସ୍ତମ୍ଭୀଭୁତ କରିଦେଇଥିଲା । ସେହିପରି ଚନ୍ଦ୍ରମଣି ମଧ୍ୟ ନିଜ ବଳଦକୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବାବେଳେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଏ ନେଇ ଲାଞ୍ଜିଗଡ ଥାନାରେ ଏକ ଷ୍ଟେସନ ଡାଇରୀ କରାଯାଇଥିବା ଜଣାପଡିଛି । ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ଓ ଲାଞ୍ଜିଗଡ ରାଜସ୍ୱ ନିରୀକ୍ଷକ ରସିକ ଶବର ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.