ଗଛରେ ପିଟିହେଲା ବାଇକ୍, ଚାଳକ ଗୁରୁତର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଓ କଲ୍ୟାଣିସିଂପୁର ବ୍ଲକର ସୀମାନ୍ତରରେ ଥିବା ବାମନିଗୁଡା ଗାଁ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯିବାରୁ ବାଇକ ଚାଳକ ଈଶ୍ୱର ପ୍ରଧାନ ଗୁରୁତର ଆହତ ଯୋଗୁଁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୂଚନା ଅନୁସାରେ କଲ୍ୟାଣିସିଂପୁର ଗ୍ରାମର ଇଶ୍ୱର ପ୍ରଧାନ ନିଜ ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁପୁତ୍ରକୁ ବାଇକରେ ଧରି ଲାଞ୍ଜିଗଡ଼ ବ୍ଲକ ବିଜେପୁର ଅଞ୍ଚଳକୁ କୌଣସି କାମରେ ଆସି ନିଜ ଗାଁ କଲ୍ୟାଣିସିଂପୁରକୁ ବାଇକରେ ଫେରୁଥିବା ବେଳେ ସୀମାନ୍ତରେ ଥିବା ବାମନିଗୁଡା ଗାଁ ନିକଟରେ ରାସ୍ତା କଡରେ ଥିବା ଏକ ଚାକୁଣ୍ଡା ଗଛରେ ବାଇକଟି ପିଟି ହୋଇଯାଇଥିଲା। ବାଇକରେ ବସିଥିବା ସ୍ତ୍ରୀ ଓ ଶିଶୁପୁତ୍ର ଚିଡିକି ପଡିଥିବା ବେଳେ ସେମାନଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। କିନ୍ତୁ ଚାଳକ ଈଶ୍ୱରଙ୍କ ମୁଣ୍ଡ ଚାକୁଣ୍ଡା ଗଛରେ ପିଟିହୋଇ ଅଚେତ୍ ଅବସ୍ଥାରେ ଗଛ ତଳେ ପଡି ରହିଥିବା ବେଳେ ସ୍ତ୍ରୀ ଶିଶୁ ଟିକୁ ଧରି ପାଖରେ ବସି କାନ୍ଦୁଥିଲେ। ଏହି ସମୟରେ ସେହିରାସ୍ତା ଦେଇ କଳାହାଣ୍ଡି ଜିଲ୍ଲା ବିଜୁଛାତ୍ର ଜନତାଦଳ ସାଧାରଣ ସମ୍ପାଦକ ପରୀକ୍ଷିତ ନାଏକ ନିଜ ସାଙ୍ଗ ସହିତ କଲ୍ୟାଣିସିଂପୁରକୁ ଯାଇଥିଲେ।

Udyog Nursery
Udyogi Nursery

ଗୁରୁତର ଅଚେତ୍ ହୋଇ ପଡ଼ିଥିବା ଇଶ୍ୱରଙ୍କ ସ୍ତ୍ରୀଙ୍କ କାନ୍ଦୁଣି ଶୁଣି ଘଟଣା ସ୍ଥଳକୁ ଯାଇ ଅଚେତ୍ ହୋଇ ପଡ଼ିଥିବା ଇଶ୍ବରକୁ ଉଠାଇ ଥିଲେ। ଈଶ୍ୱରଙ୍କ କାନ ଓ ମୁଣ୍ଡରୁ ରକ୍ତ ବାହାରୁଥିବା ଦେଖି ଏକ ମାରୁତି କାର ଗାଡି ସୁବିଧା କରି କଲ୍ୟାଣିସିଂପୁର ମେଡ଼ିକାଲକୁ ନେଇ ଭର୍ତ୍ତି କରିଥିଲେ। ଈଶ୍ୱରଙ୍କ ପରିବାର ଲୋକେ ଖବର ପାଇ ମେଡ଼ିକାଲ ଆସି ଈଶ୍ୱରଙ୍କ ଅବସ୍ଥା ଗୁରୁତର ଯୋଗୁଁ ତାଙ୍କୁ ରାୟଗଡା ମୁଖ୍ୟ ମେଡ଼ିକାଲ ସ୍ଥାନାନ୍ତରିତ କରିବା ସହ ଛାତ୍ର ସମ୍ପାଦକ ପରୀକ୍ଷିତଙ୍କୁ ଧନ୍ୟବାଦ ଦେଇଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.