କମାଣ୍ଡରଙ୍କ ବିରୁଦ୍ଧରେ ମୁହଁ ଖୋଲିବାରୁ କନେଷ୍ଟବଲଙ୍କୁ ମାଡ଼ ମାରିଥିବା ଅଭିଯୋଗ

ଗୁଣୁପୁର/ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଭାମିନି ଠାରେ ଥିବା ଭାରତୀୟ ସଂରକ୍ଷିତ ପୋଲିସ ବାହିନୀ ( ଦ୍ଵିତୀୟ ) ଶିବିରରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ ଗତକାଲି ଏଠାକାର କମାନଡେଣ୍ଟ ନିଜର ୩୧ ତମ ବିବାହ ବାର୍ଷିକୀ ଉତ୍ସବରେ ଭୋଜିଭାତର ଆୟୋଜନ କରାଇଥିଲେ । ଏହାକୁ ନେଇ କ୍ଷୀରୋଦ ବାଗ ନାମକ ଜଣେ କନଷ୍ଟେବଲ ବିରୋଧ କରିଥିଲେ । ପରେ କମାଣ୍ଡେଣ୍ଟ ଓ କନଷ୍ଟେବଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ଗାଳି ଗୁଲଜ ହୋଇଥିଲା । କମାଣ୍ଡେଣ୍ଟଙ୍କ ସହ ଅନ୍ୟ ଦୁଇଜଣ କର୍ମଚାରୀ ଉକ୍ତ କନଷ୍ଟେବଲଙ୍କୁ ବାଡେଇ ଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଉକ୍ତ କନଷ୍ଟେବଲ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପରିବାର ଆଜି ସନ୍ଧ୍ୟାରେ ଗୁଣୁପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ଏଭଳି ଅଭିଯୋଗ ସମ୍ପର୍କରେ କମାଣ୍ଡେଣ୍ଟ ଦିଲ୍ଲୀପ ମହାପାତ୍ରଙ୍କୁ ପଚାରିବାରୁ ମାଡ଼ ମାରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଉକ୍ତ କନଷ୍ଟେବଲ ଜଣକ ମଦ୍ୟପାନ କରି ଶିବିରରେ ପାଟିତୁଣ୍ଡ କରୁଥିଲେ, ତେଣୁ ତାଙ୍କର ମଦ୍ୟପାନ ଟେଷ୍ଟିଂକୁ ନେଇ ଆମେ ଥାନାକୁ ପଠେଇଥିଲୁ ବୋଲି କହିଛନ୍ତି । ଉଭୟ ପକ୍ଷରୁ ଏନେଇ ଥାନାରେ ମାମଲା ଦାୟର ହୋଇଥିବା ଜଣାପଡିଛି ।

Omkar Vasthu
Omkar Vasthu

ଗୁଣୁପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.