କବି ଭବାନୀ ଶଙ୍କର ନିଆଲ ବିଦେଶୀ ରାଷ୍ଟ୍ରରୁ ଲିଟରେରୀ ଆଲୁମିନିଜ ଏବଂ ଗ୍ଲୋବାଲ ଷ୍ଟାର ଆୱାର୍ଡରେ ପୁରସ୍କୃତ

ଭୁବନେଶ୍ୱର: ନାଇଜେରିଆ ସ୍ଥିତ ଲକି ଷ୍ଟିଫେନ ଓନହ୍ୟାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସ୍କୁଲ ଅଫ ଆର୍ଟ ଏଣ୍ଡ ପୋଏଟ୍ରି’ ତରଫରୁ ‘ ଅରନେରୀ ଡିପ୍ଲୋମା ‘ ୨୦୨୦-୨୧, ସହ ‘ ଲିଟରେରୀ ଲୁମିନେ୍ରିଜ ଆୱାର୍ଡ ‘ ଏବଂ ବାଂଲାଦେଶ ଦେଶ ସ୍ଥିତ ‘ ଗ୍ଲୋବାଲ ଫୁଟପ୍ରିଣ୍ଟ ‘ ତରଫରୁ ଅଧ୍ୟକ୍ଷ ମୋନୀରା ସୁଲତାନା ପପିଙ୍କ ଦ୍ୱାରା କବି ଭବାନୀ ଶଙ୍କର ନିଆଲଙ୍କୁ ଗ୍ଲୋବାଲ ଷ୍ଟାର ଆୱାର୍ଡ ରେ ପୁରସ୍କୃତ କରାଯାଇଛି ।

Omkar Vasthu
Omkar Vasthu


ସୂଚନା ଯୋଗ୍ୟ ଯେ, ଦୀର୍ଘ ତିନି ଦଶନ୍ଧିରୁ ଉଭୟ ହିନ୍ଦୀ ଓ ଓଡ଼ିଆ କବିତାରେ ସକ୍ରିୟ ରହିବା ସହ ଏକାଧିକ ପୁସ୍ତକର ଲେଖକ ତଥା ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ କବି ଭବାନୀଶଙ୍କର ନିଆଲଙ୍କ କବିତା କ୍ରମାଗତ ଭାବେ ଇଂରାଜୀ, ଇଟାଲୀ, ସର୍ବିଆ, ରୁଷ ପରେ ଚୀନ ଭାଷାରେ ଅନୂଦିତ ହେବା ଏକ ଗୌରବର ବିଷୟ।

Pearl dental clinic
Near Ashish Medical Store, Bhawanipatna


ଉକ୍ତ କବିତା ଗୁଡିକୁ ଇଂରାଜୀରେ ଅଧ୍ୟାପକ ବଙ୍କିମ ମୁଣ୍ଡ ଏବଂ ଗୋବିନ୍ଦ ସାହୁ,ଇଟାଲୀରେ କବି ଇମାନୁଏଲା ରିଜୋ ଏବଂ ସର୍ବିଆରେ ପ୍ରଖ୍ୟାତ କବି ତଥା ଅଧ୍ୟାପିକା ସୋଭା ସୋଭକା ସୋଭିକ ଅନୁବାଦ କରିଥିବା ବେଳେ ରୁଷ ଭାଷାରେ ପ୍ରଖ୍ୟାତ ରୁଷ ଲେଖିକା ଏଲିନା ଡାନିସିନା ଏବଂ ଚୀନ ଭାଷାରେ ତାଇୱାନ ଲେଖିକା ଲାଉ ଫୁ ଅନୁବାଦ କରିଛନ୍ତି। କବିଙ୍କ ଏହି ସଫଳତାରେ ରାଜ୍ୟ ଓ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.