ସାଇକେଲରେ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ZP ରିନା ଭୋଇ

କଳାହାଣ୍ଡି,୧୨/୨ : ନର୍ଲା ଜୋନ ୨ ଜିଲ୍ଲା ପରିଷଦ ସଦସ୍ୟା ଶୁଶ୍ରୀ ରିନା ଭୋଇ ଆଜି ସାଇକେଲ ଯୋଗୋ ତାଙ୍କ ଜୋନର ଟୋଲ ବ୍ରାହ୍ମଣୀ ଗ୍ରାମକୁ ଯାଇ ପ୍ରଥମେ ଶୁନ୍ୟ ମନ୍ଦିରରେ ପୂଜାର୍ଚନା କରିବା ପରେ ଗ୍ରାମର ପ୍ରତ୍ୟେକ ପରିବାରକୁ ଯାଇ ଲୋକଙ୍କ ସମସ୍ୟା ଉପରେ ଅବଗତ ହୋଇଛନ୍ତି । ଏହି ଅବସରରେ ଶୁଶ୍ରୀ ରିନା କହିଛନ୍ତି ଯେ ନର୍ଲା ନିର୍ବାଚନ ମଣ୍ଡଳୀର ଏହି ଅଞ୍ଚଳ ବିକାଶ କ୍ଷେତ୍ରରେ ବହୁତ ପଛରେ ପଡିଯାଇଛି ।

Omkar Vasthu
Omkar Vasthu

୧୯୭୬ ମସିହାରୁ ଆଜି ପର୍ଯ୍ୟନ୍ତ ୧୨ ଜଣ ବିଧାୟକ ଏହି ଆସନରେ ବସିସାରିଛନ୍ତି କିନ୍ତୁ ଅଞ୍ଚଳର ବିକାଶ ପାଇଁ ଆଖି ଦୃଷିଆ କାମ କରିନାହାନ୍ତି । ଦୂର୍ବଳ ନେତୃତ୍ବ ଯୋଗୁ ଆଜି ନର୍ଲାର ଏହି ଅବସ୍ଥା ସୃଷ୍ଟି ହୋଇଛି ।

Pearl dental clinic
Near Ashish Medical Store, Bhawanipatna

ଅନେକ ଗାଁରେ ବିକାଶ ବାଟବଣା ହୋଇଛି ତେଣୁ ମୁ ମୋର ଜୋନର ପ୍ରତ୍ୟେକ ଗାଁରେ ପହଞ୍ଚି ସାଧାରଣ ଜନତାର ସମସ୍ୟା ଉପରେ ଅବଗତ ହୋଇ ପାରୁ ପର୍ଯ୍ୟନ୍ତ ଏହାର ସମାଧାନ କରିବାକୁ ଚେଷ୍ଟା କରିବି ।

Udyog Nursery
Udyogi Nursery

ଏଠାରେ ସୂଚନା ଯୋଗ୍ୟଯେ ଶୁଶ୍ରୀ ରିନା ହେଉଛନ୍ତି କଳାହାଣ୍ଡି ଗଡଜାତ ଆନ୍ଦୋଳନର ନେତୃତ୍ବ ନେଇ କାରାବରଣ କରିଥିବା ବିଶିଷ୍ଟ ଆଦିବାସୀ ନେତା ଗୋବର୍ଧନ ଭୋଇଙ୍କ ଅଣ ନାତୁଣୀ ତଥା କଳାହାଣ୍ଡି ବଲାଂଗିର ଲୋକସଭାର ପ୍ରଥମ ସାଂସଦ ଗିରିଧାରି ଭୋଇଙ୍କ ମଧ୍ୟ ଅଣ ନାତୁଣୀ । ରିନା ଭୋଇଙ୍କ ଏହି ନିଆରା ପ୍ରୟାସ ପାଇଁ ସାଧାରଣରେ ପ୍ରସଂସା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.