ଟିଟିଲାଗଡ : ନାରେନ ଠାରେ ଦ୍ବିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ 

ଟିଟିଲାଗଡ,୧୨/୦୨: ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାରେନ ଗ୍ରାମ ପଞ୍ଚାୟତ ଠାରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ପିଠା(PEETHA) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧୟିକା  ଟୁକୁନି ସାହୁ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ବିଡିଓ  ମୋତିଲାଲ୍ ସୁଲିଆ, ବ୍ଲକ ଅଧ୍ୟକ୍ଷା  ରମାକାନ୍ତୀ ପୁଟେଲ, ସ୍ଥାନୀୟ ସରପଞ୍ଚ  ଦୟାରାମ ଅଗ୍ରୱାଲ ଓ ସମିତି ସଭ୍ୟ ଟଙ୍କଧର ବଗର୍ତ୍ତୀ ପ୍ରମୂଖ ଯୋଗଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ବିଧାୟିକା ଟୁକୁନି ସାହୁ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟରେ ସମସ୍ତ ଙ୍କୁ ଅବଗତ କରାଇବା ସହିତ ସମସ୍ତେ କିପରି ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକ ର ଲାଭ ପାଇପାରିବେ ସେ ନେଇ ବକ୍ତବ୍ଯ ରଖିଥିଲେ । ଖାଦ୍ୟ ସୁରକ୍ଷା ଆଇନ ରୁ ବଞ୍ଚିତ ଥିବା ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ୍ ଓ ଆମ ଏଲଇଡି କାର୍ଯ୍ୟକ୍ରମ ରେ ହିତାଧିକାରୀଙ୍କୁ ଏଲଇଡି ବଣ୍ଟନ କରିଥିଲେ । ସମସ୍ତଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ସଭାପତି ତାପସ୍ ପୁଟେଲ, ସମ୍ପାଦକ ଫକିର ନାଗ,କୋଷାଧ୍ୟକ୍ଷ ଅନିଲ ସ୍ବାଇଁ ଓ ବିଜୁ ଯୁବ ବାହିନୀ ସଦସ୍ୟ, ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀ,ସ୍ବାସ୍ଥ୍ୟସେବା ବିଭାଗୀୟ କର୍ମୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ତଥା ପଞ୍ଚାୟତର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ର ଶତାଧିକ ମହିଳା ଓ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଟିଟିଲାଗଡରୁ ଭିଷ୍ମସେନ୍ ମହାକୁରଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.