ବେଦାନ୍ତ ପକ୍ଷରୁ କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

● ଭର୍ଚୁଆଲ ମାଧ୍ୟମରେ ହସ୍ପିଟାଲର ଶୁଭ ଉଦ୍ଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର/ଭବାନୀପାଟଣା: ଭାରତର ଅଗ୍ରଣୀ ଆଲୁମିନିୟମ ତଥା ମୂଲ୍ୟଯୁକ୍ତ ଉତ୍ପାଦର ନିର୍ମାତା ବେଦାନ୍ତ ଲିମିଟେଡ୍ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଯଥା ସମୟରେ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ୨୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କୋଭିଡ ହସ୍ପିଟାଲ ଉତ୍ସର୍ଗ କରିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜରେ ୨୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଜଟିଳ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ ସ୍ଥାପିତ କରାଯାଇଛି । ଏହି ହସପିଟାଲରେ ୧୬ଟି ଆଇସିୟୁ ଓ ଏଚଡିୟୁ ଶଯ୍ୟା ସହ ଓଡ଼ିଶାର ପ୍ରଥମ ଶିଶୁ ମାନଙ୍କ ପାଇଁ କୋଭିଡ କେୟାର ୱାର୍ଡ ସ୍ଥାପନ କରାଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଜନସାଧାରଣଙ୍କ ପାଇଁ ଏହି ହସପିଟାଲକୁ ଉତ୍ସର୍ଗ କରିଛନ୍ତି । ଏହି ଅବସରରେ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ ଓ ଆଲୁମିନିୟମ ବ୍ୟବସାୟର ଡେପୁଟି ସିଇଓ ଶ୍ରୀ ରାହୁଲ ଶର୍ମା ଉପସ୍ଥିତ ଥିଲେ । ଏହି ହସ୍ପିଟାଲ ପାଇଁ ବେଦାନ୍ତ ଆର୍ଥିକ ସହାୟତା ଯୋଗାଇ ଦେଇଛି ଓ ଓଡ଼ିଶା ସରକାର ଏହାକୁ ପରିଚାଳନା କରୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନିଲ ଅଗ୍ରୱାଲ ଫାଉଣ୍ଡେସନ ତତ୍ୱାବଧାନରେ ସ୍ଥାପିତ ହୋଇଥିବା ଭବାନୀପାଟଣାର କୋଭିଡ ହସ୍ପିଟାଲ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ହେବ । ଏହା ଦେଶରେ ବେଦାନ୍ତ ଦ୍ୱାରା ସ୍ଥାପନ କରାଯାଇଥିବା ସବୁଠାରୁ ବଡ କୋଭିଡ ଚିକିତ୍ସା ଯୋଗାଉଥିବା ହସ୍ପିଟାଲ ଅଟେ । ଏହା ହେଉଛି ୨୦୦ ବେଡର ସଂପୁର୍ଣ୍ଣ ଅକ୍ସିଜେନ ସୁବିଧା ଥିବା ହସପିଟାଲ ଓ ଏଠାରେ ୧୬ଟି ଆଇସିୟୁ ଓ ୧୬ଟି ଏଚଡିୟୁ ସହ ଭେଂଟିଲେଟର ବ୍ୟବସା୍ଥ ରହିଛି । ଏଠାରେ ଉତ୍ସର୍ଗୀକୃତ ଡାକ୍ତର ଓ କର୍ମଚାରୀମାନେ ରହିଛନ୍ତି । ଶିଶୁ ରୋଗୀଙ୍କ ପ୍ରତି ଧ୍ୟାନ ଦେଇ ଏଠାରେ ଶିଶୁମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରଖାଯାଇଛି, ଯାହା ଓଡ଼ିଶା ପାଇଁ ପ୍ରଥମ । ରୋଗୀ ମାନଙ୍କୁ ଅମ୍ଳଜାନ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଡାକ୍ତରଖାନା ପରିସରରେ ଏକ ଅମ୍ଳଜାନ କାରଖାନା ସ୍ଥାପିତ ହୋଇଛି । ଏହି ହସପିଟାଲ ବେଦାନ୍ତର ବର୍ଦ୍ଧିତ ଶୃଙ୍ଖଳା ଓ ମହାମାରୀକୁ ପ୍ରତିକାର କରିବାରେ ସହାୟକ ହେବ । ଜନସାଧାରଣଙ୍କୁ ଏହି ଡାକ୍ତରଖାନା ଉତ୍ସର୍ଗ କରି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ “କୋଭିଡ଼ ମହାମାରୀର ଦ୍ୱିତୀୟ ଲହରକୁ ସାହସର ସହିତ ସାମ୍ନା କରିଥିବାରୁ ମୁଁ କଳାହାଣ୍ଡି ଲୋକଙ୍କୁ ଧନ୍ୟବାଦ ଦେଉଛି । ଆମର ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କୁ ସେମାନଙ୍କର ସମର୍ପିତ ସେବା ଓ ବଳିଦାନ ପାଇଁ ଧନ୍ୟବାଦ ଦେଉଛି । ତୃତୀୟ ଲହରକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ରହିବା ଆବଶ୍ୟକ ।

Udyog Nursery
Udyogi Nursery

ବେଦାନ୍ତ ଗ୍ରୁପର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ, ଶ୍ରୀ ଅନିଲ ଅଗ୍ରୱାଲ କହିଥିଲେ ଯେ ଓଡ଼ିଶା ଓ ଏହାର ଲୋକମାନଙ୍କ ସହିତ ଆମର ଦୀର୍ଘ ସଂପର୍କ ରହିଆସିଛି । କଳାହାଣ୍ଡି ଓ ଝାରସୁଗୁଡ଼ା ପରି ଅଣସଂରକ୍ଷିତ ଅଂଚଳରେ କାର୍ଯ୍ୟ ସହ ଆମର ସାମାଜିକ ଦାୟିତ୍ୱକୁ ଆମେ ସବୁବେଳେ ଗୁରୁତ୍ୱ ପ୍ରଦାନ କରି ଆସିଛୁ । କଳାହାଣ୍ଡିରେ ଏହି କୋଭିଡ ହସପିଟାଲ ହେଉଛି ଓଡ଼ିଶା ବାସୀଙ୍କ ସେବା ପାଇଁ ଆମର ବିନମ୍ର ଉତ୍ସର୍ଗ ।

ବେଦାନ୍ତ ଆଲୁମିନିୟମ ବିଜନେସର ଡେପୁଟି ସିଇଓ, ଶ୍ରୀ ରାହୁଲ ଶର୍ମା କହିଥିଲେ ଯେ- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଦ୍ୱାରା ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି । ଯେପରିକି ପଂଚାୟତିରାଜ ପ୍ରତିଷ୍ଠାନ ସହଯୋଗରେ କୋଭିଡ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଲୋକମାନଙ୍କୁ ମହାମାରୀ କବଳରୁ ମୁକ୍ତି ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ସହଯୋଗ କରିବା ପାଇଁ ବେଦାନ୍ତ ବଦ୍ଧପରିକର ।

ଆଲୁମିନିୟମ ବ୍ୟବସାୟ ମାଧ୍ୟମରେ ବେଦାନ୍ତ ଏହାର ଇକୋ ସିଷ୍ଟମରେ ପ୍ରାୟ ୩୦୦୦୦ ଲୋକଙ୍କୁ ଟୀକା ପ୍ରଦାନ କରିଛି । ଏମାନଙ୍କ ଭିତରେ କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଓ ସେମାନଙ୍କ ପରିବାର ରହିଛନ୍ତି । ଗତ ବର୍ଷଠାରୁ ରାଜ୍ୟର କୋଭିଡ ନିରାକରଣ କାର୍ଯ୍ୟରେ ବେଦାନ୍ତ ବହୁ ପ୍ରକାର ସହାୟତା କରିଆସୁଛି । ବେଦାନ୍ତ ଝାରସୁଗୁଡ଼ାରେ ଆଇସିୟୁ ବେଡ, ଭେଂଟିଲେଟର, ସ୍ୱତନ୍ତ୍ର ମେଡିକାଲ ଉପକରଣ, ଆମ୍ବୁଲାନସ ଇତ୍ୟାଦି ସହ ଜିଲ୍ଲା କୋଭିଡ ସହପିଟାଲକୁ ସହାୟତା ଜାରୀ ରଖିଛି । ଗୁରୁତର ରୋଗୀମାନଙ୍କର ଅମ୍ଳଜାନ ଅଭାବ ଦୁର ରାଜ୍ୟ ସରକାରଙ୍କୁ ୨୦୦୦ ଅମ୍ଳଜାନ ସିଲିଣ୍ଡର ଯୋଗାଣ କରିଛି । ଭବାନୀପାଟଣାର ଜିଲ୍ଲା ସରକାରୀ ହସପିଟାଲକୁ ୧୦୦୦୦ ଆରଟିପିସିଆର ଟେଷ୍ଟିଂ କିଟ ପ୍ରଦାନ କରାଯାଇଛି। ଗତ ବର୍ଷ ରାଜ୍ୟ ସରକାରଭ୍‌କୁ ୯୨୦୦୦ ସ୍ୱତନ୍ତ୍ର ବ୍ୟକ୍ତିଗତ ସୁରକ୍ଷା ଉପକରଣ ( ପିପିଇ) କିଟି ପ୍ରଦାନ କରିଥିଲା । ହଜାର ହଜାର ଦିନ ମଜୁରୀଆ ଓ ଗରିବ ଲୋକମାନଙ୍କୁ ରେସନ ଓ ଖାଦ୍ୟ ଯୋଗାଣ କରାଯାଇଥିଲା । ଅସହାୟ ବ୍ୟକ୍ତିମାନଙ୍କୁ ୨ ଲକ୍ଷରୁ ଅଧିକ ମାସ୍କ, ସାବୁନ ଓ ସେଫ୍ଟି କିଟ ବଂଟନ କରାଯାଇଛି । ଏହି ମାସ୍କ ବେଦାନ୍ତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଯାହାଦ୍ୱାରା ସେମାନେ ଜୀବିକା ନିର୍ବାହ ସୁଯୋଗ ପାଇ ପାରିଛନ୍ତି । ଦୂରବର୍ତି ଗ୍ରାମ ଗୁଡ଼ିକରେ କୋଭିଡ-୧୯ ଉପରେ ବହୁ ସଚେତନତା କାର୍ଯ୍ୟକ୍ରମ ପରିଚାଳିତ ହୋଇଛି ।

ସାଧାରଣ ସ୍ଥାନ ସହିତ ବେଦାନ୍ତର ପରିସରରେ ବ୍ୟାପକ ଫ୍ୟୁମିଗସେନ ଓ ଜୀବାଣୁ ନାଶ ପାଇଁ ବ୍ୟବସ୍ଥା କରାଯାଇଛି । ଲକଡାଉନ ସମୟରେ ସ୍ଥାନୀୟ ଚାଷୀମାନଙ୍କୁ ଜୀବିକା ନିର୍ବାହ ପାଇଁ ସହାୟତା ଦିଆଯାଉଛି । ବେଦାନ୍ତ ଆଲୁମିନିୟମ ଓ ପାୱାର ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ବାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଯିଏକି ଅଶତିକ ବର୍ଷ ୨୧ରେ ୧.୯୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ଏହା ମଧ୍ୟ ଦେଶର ସର୍ବବୃହତ ଘରୋଇ ଶକ୍ତି ଉତ୍ପାଦନକାରୀ ସଂସ୍ଥା ମଧ୍ୟରୁ ଅନ୍ୟତମ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.