ଲାଞ୍ଜିଗଡ଼: ସିକେରକୁପାଠାରେ ନିୟୋଜିତ ସିଆରପିଏଫ୍ ଏ/୬୪ ବାଟାଲିୟନ କମାଣ୍ଡେଣ୍ଟ ବିପ୍ଳବ ସରକାରଙ୍କ ନିର୍ଦ୍ଦେଶରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ଜବାନମାନେ କୋଭିଡ୍ ନିୟମ ଅନୁସରଣ କରି ବୃକ୍ଷ ରୋପଣ କରିଥିଲେ।
ଏଥର ଜବାନମାନଙ୍କ ଦ୍ବାରା କ୍ୟାମ୍ପ୍କକୁ ଲାଗିଥିବା ସିକେରକୁପା ଶିବମନ୍ଦିର, ସିକେରକୁପା ପ୍ରାଥମିକ ବିଦ୍ୟାଳୟ, ଆଦି ସ୍ଥାନରେ ବୃକ୍ଷ ରୋପଣ ହୋଇଛି। ବାଟାଲିୟନ ଦାୟିତ୍ୱରେ ଥିବା କମ୍ପାନୀ କମାଣ୍ଡେଣ୍ଟ ଓମ୍ ପ୍ରକାଶ ଏବଂ ଇନ୍ସପେକ୍ଟର ସୁରେଶ କୁମାରଙ୍କ ନେତୃତ୍ୱରେ ଜବାନମାନେ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏ /୬୪ ବାଟାଲିୟନର ସମସ୍ତ ଜବାନ ସକ୍ରିୟ ଯୋଗଦାନ କରିଥିଲେ।
ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in