ଗୁଣୁପୁର/ରାମନାଗୁଡା, (ଦିଲୀପ କୁମାର ପଣ୍ଡା): କରୋନାର ତୃତୀୟ ଲହରରେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ପାରିଖିତି ଗ୍ରାମରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପକ୍ଷରୁ ମାସ୍କ ବ୍ୟବହାର ନେଇ ସାଧାରଣ ଲୋକଙ୍କୁ ସଚେତନ କରାଯାଇଛି।
ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗିଙ୍କ ଉପସ୍ଥିତିରେ ଆଶା କର୍ମୀ ପେଦିନା ଉଷା ଓ ଅଙ୍ଗନଓ୍ବାଡି କର୍ମୀ ପେଦିନା ବିମଳା ପାରିଖିତି ଗ୍ରାମର ଘରଘର ବୁଲି ସମସ୍ତ ପରିବାରକୁ ମାସ୍କ ଓ ସାବୁନ ପ୍ରଦାନ କରିଛନ୍ତି। ସେହିପରି କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଲୋକଙ୍କୁ ମାସ୍କ ଓ ସାବୁନ ଲୋକଙ୍କୁ ମାସ୍କ ବ୍ୟବହାର ନେଇ ସଚେତନ କରାଇବା ସହ ମାସ୍କ ଓସାବୁନ ଆଦି ପ୍ରଦାନ କରିଥିଲେ।