କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବୁରାଟ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ଲା ନୋଡାଲ୍ ସି.ଆର୍.ସି.ସି. ତଥା ବୁରାଟ ସି.ଆର୍.ସି.ସି. କେଦାରନାଥ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିଲାଙ୍କ ନାମ ଲେଖା, ଇ-ଅଭିଭାବକ ସମ୍ମିଳନୀ, ୟୁଟ୍ୟୁବ ଲାଇଭଷ୍ଟ୍ରିମ ଶିକ୍ଷାଦାନ, ଇ-ପାଠଶାଳା, ଇ-ମୂଲ୍ୟାଙ୍କନ, ଆର୍ଥିକ ପରିଚାଲନା, ମୋ ସ୍କୁଲ ଅଭିଯାନ, ସର୍ବନିମ୍ନ ସାକ୍ଷରତା ଓ ସଂଖ୍ୟାତ୍ମକ ଜ୍ଞାନ, ଇକୋ କ୍ଲବ, ବୃକ୍ଷରୋପଣ, କିଚେନ ଗାର୍ଡେନ, ମଧ୍ୟାହ୍ନ ଭୋଜନ ରନ୍ଧନ ଖର୍ଚ୍ଚ ବଣ୍ଟନ, ଆଇ.ଏଫ୍.ଏ. ଟାବଲେଟ ବଣ୍ଟନ, ଅଧାରୁ ପାଠ ଛାଡିଥିବା ପିଲାଙ୍କ ତଥ୍ୟ ସଂଗ୍ରହ, ପୁସ୍ତକ ବଣ୍ଟନ ଓ ଶିକ୍ଷକଙ୍କ କୋଭିଡ ଟିକା ଗ୍ରହଣ ଉପରେ ସମୀକ୍ଷା କରାଯାଇଥିଲା।
ଏଥିରେ ଗୋହିରାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ମହାନ୍ତି, ଘଣ୍ଟମାଳ ଉଚ୍ଚ ପ୍ରାଥମିକ ବିଦ୍ୟଳୟର ପ୍ରଧାନଶିକ୍ଷକ ତ୍ରିବିକ୍ରମ ଷଡ଼ଙ୍ଗୀ, କେଶପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ କୁମାର ବେହେରା, ରାଣୀପଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ମାଝୀ, ଗୁଣପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କ୍ଷୀତିଶ ଚନ୍ଦ୍ର ମାଝୀ, ଗାଡେବନ୍ଧ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାକର ପାଣ୍ଡେ, ଆର୍ଡିଙ୍ଗ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବସନ୍ତରା, ଅଲାବୁଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନୂସୂୟା ବେହେରା, ବୁରାଟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅହଲ୍ୟା ଦେଇ, ଇନ୍ଦ୍ରମାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସାନ ନାଏକ, ମାଢେଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରୁଷୋତ୍ତମ ପାତ୍ର ଏବଂ ନୂଆପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସବିତା ରାଣୀ ଦାସ ଅଂଶଗ୍ରହଣ କରିଥିଲେ।