ରାୟଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଶାଶ୍ୱତୀ ରଥ ଜିଲ୍ଳାରେ ଟପ୍ପର

● ମାଟ୍ରିକ୍ ଫଳାଫଳରେ ରାୟଗଡ ଜିଲ୍ଳାର ପାସ ହାର ୯୮.୦୬%

● ରାଜ୍ୟରେ ୧୪ତମ ର‌୍ୟାଙ୍କରେ ରାୟଗଡ ଜିଲ୍ଳା

ରାୟଗଡ, (ଶିବ ନାରାୟଣ ଗୈାଡ): ପ୍ରକାଶିତ ହୋଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । ରାୟଗଡ ଶିକ୍ଷା ଜିଲ୍ଳାରେ ମାଟ୍ରିକ୍ ରେଜଲ୍ଟ ୯୮.୦୬ପ୍ରତିଶତ ରହିଥିବା ବେଳେ ସମଗ୍ର ରାଜ୍ୟରେ ଜିଲ୍ଳାମାନଙ୍କ ପାସ ହାର ମଧ୍ୟରେ ରାୟଗଡ ଜିଲ୍ଳା ୧୪ତମ ର‌୍ୟାଙ୍କ ସ୍ଥାନରେ ରହିଛି । ରାୟଗଡ ଜିଲ୍ଳା ସଦର ମହକୁମାର ଗାୟତ୍ରୀ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଶାଶ୍ୱତୀ ରଥ ୯୩.୦୬ପ୍ରତିଶତ ହାରରେ ୫୬୨ ମାର୍କ ରଖି ବିଦ୍ୟାଳୟରେ ଏବଂ ଜିଲ୍ଳାରେ ଟପ୍ପର ହୋଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତାଙ୍କ ପଛକୁ ୯୨.୧ପ୍ରତିଶତ ମାର୍କ ରଖି ଉକ୍ତ ବିଦ୍ୟାଳୟର ଦ୍ୱିତୀୟ ସ୍ଥାନରେ ଛାତ୍ର ସୁନନ୍ଦନ ନାୟକ ଏବଂ ୯୧.୫ ପ୍ରତିଶତ ମାର୍କ ରଖି ଆସ୍ତାସାଇ ମହାନ୍ତି ତୃତୀୟ ସ୍ଥାନରେ ରହି ବିଦ୍ୟାଳୟର ନାମକୁ ଗୈାରବାନ୍ନିତ କରିଛନ୍ତି । ଉକ୍ତ ବିଦ୍ୟାଳୟରେ ଏ୧ ଗ୍ରେଡରେ ୩ଜଣ,ଏ୨ ଗ୍ରେଡରେ ୧୭,ବି୧ ଗ୍ରେଡରେ ୩୦,ବି୨ ଗ୍ରେଡରେ ୧୯ଜଣ ଏବଂ ସି ଗ୍ରେଡରେ ଜଣଙ୍କୁ ମିଶାଇ ମୋଟ ୭୦ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଛନ୍ତି ।

Udyog Nursery
Udyogi Nursery


ସେହିପରି ଗୁଣପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଅଂଶୁମାନ ରଥ ୯୦.୧୬ପ୍ରତିଶତ ହାରରେ ୫୪୧ମାର୍କ ରଖି ଚତୁର୍ଥ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ଲଲିତା କୁମ୍ଭରିକା ମଧ୍ୟ ୫୪୧ ନମ୍ବର ରଖି ପଂଚମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଜେକେପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏ୧ ଗ୍ରେଡରେ କେହି ଛାତ୍ରଛାତ୍ରୀ ପାସ କରି ନ ଥିବା ବେଳେ ଏ୨ ଗ୍ରେଡରେ ୭ଜଣ,ବି୧ଗ୍ରେଡରେ ୭,ବି୨ ଗ୍ରେଡରେ ୧୦,ସି ଗ୍ରେଡରେ ୮ ଏବଂ ଡି ଗ୍ରେଡରେ ଜଣେ ମୋଟ ୩୩ଜଣ ଛାତ୍ରଛାତ୍ରୀ ପାସ କରିଥିବା ସୂଚନା ମିଳିଛି ।

ଚଳିତ ବର୍ଷ ରାୟଗଡ ଶିକ୍ଷା ଜିଲ୍ଳାର ୨୦୪ଟି ଉଚ୍ଚ ବିଦ୍ୟାଳୟର ୧୨୪୫୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ଏମାନଙ୍କ ମଧ୍ୟରୁ ୧୩୧ଜଣ ପରୀକ୍ଷାରେ ଉପସ୍ଥିତ ରହି ନ ଥିବାରୁ ମୋଟ ୧୨୩୨୧ଜଣଙ୍କ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ସେହିପରି ଜିଲ୍ଳାରୁ ମୋଟ ୧୧୯୧୬ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ୧୦୫ଜଣ ଫେଲ୍ ହୋଇଥିବା ଜିଲ୍ଳା ଶିକ୍ଷାଧିକାରୀଙ୍କ ଠାରୁ ସୂଚନା ମିଳିଛି ।

(ଅଂଶୁମାନ ରଥ)

ରାୟଗଡ ଜିଲ୍ଳାରେ ଚଳିତ ବର୍ଷ ଏ୧ ଗ୍ରେଡରେ ୫ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଏ୨ ଗ୍ରେଡ୍‌ରେ୧୧୬ ଓ ବି୧ ଗ୍ରେଡରେ ୩୯୯ଜଣ ପାସ କରିଛନ୍ତି । ସେହିପରି ବି୨ ଗ୍ରେଡରେ ୧୫୧୬,ସି ଗ୍ରେଡରେ ୩୩୩୧,ଡି ଗ୍ରେଡରେ ୪୩୨୩ ଏବଂ ଇ ଗ୍ରେଡରେ ୨୨୬ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ଜେକେପୁର ସ୍ଥିତ ସିଂଘାଣିଆ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ମାଟ୍ରିକ ଫଳାଫଳ ଶତ ପ୍ରତିଶତ ରହିଥିବା ବେଳେ ଏ୧ ଗ୍ରେଡରେ କେହି ହେଲେ ଛାତ୍ରଛାତ୍ରୀ ପାସ କରି ନ ଥିବା ବେଳେ ଏ୨ ଗ୍ରେଡରେ ୨ଜଣ,ବି୧ ଗ୍ରେଡରେ ୧୩,ବି୨ ଗ୍ରେଡରେ ୧୫,ସି ଗ୍ରେଡରେ ୩୯,ଡି ଗ୍ରେଡରେ ୪୪ ଏବଂ ଇ ଗ୍ରେଡରେ ୫୧ଜଣଙ୍କୁ ମିଶାଇ ମୋଟ ୧୬୪ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.