ଛତିକୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବେଦାନ୍ତର ଭାରିଯାନ ନେଇଗଲା ଏକ ଅମୁଲ୍ୟ ଜୀବନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଛତିକୁଡା ଛକରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି। ବେଦାନ୍ତ ଆଲୁମିନା କମ୍ପାନୀର ଏକ ଭାରିଯାନ ବାଇକ ଚାଳକଙ୍କ ଉପରେ ମାଡ଼ି ଯିବାରୁ ଚାଲିଯାଇଛି ଏକ ଅମୁଲ୍ୟ ଜୀବନ। ମୃତ ବ୍ୟକ୍ତି ଜଣକ ଶାନ୍ତପୁର ଗ୍ରାମର କୃଷ୍ଣଚନ୍ଦ୍ର ଗହୀର ବୋଲି ଜଣାପଡିଛି।

Omkar Vasthu
Omkar Vasthu

ପ୍ରାପ୍ତ ସୂଚନା ଆଧାରରେ ଆଜି ମଧ୍ୟାହ୍ନରେ କୃଷ୍ଣଚନ୍ଦ୍ର ଛତିକୁଡା ପଟୁ ତାଙ୍କ ଘରକୁ ନିଜ ବାଇକ ହିରୋ ପେସନ ପ୍ରୋ ବାଇକ (ନଂ- ଓଆର-୦୮-ଡି ୩୩୫୬) ଯୋଗେ ଯାଉଥିଲେ। ଛତିକୁଡା ପେଟ୍ରୋଲ ପମ୍ପ ନିକଟରେ ବିପରିତ ଦିଗରୁ ଆସୁଥିବା ବେଦାନ୍ତ ଆଲୁମିନାର ଏକ ଭାରିଯାନ (ନଂ- ଓଆର୍-୧୫ ଏମ୍ ୮୪୪୫) ବାଇକ ଉପରେ ମାଡିଯାଇ ବାଇକଟିକୁ ଦଳି ଦେଇଥିଲା। ଫଳରେ ବାଇକ ଆରୋହୀ ଶ୍ରୀ ଗହୀରଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଛତିକୁଡା ଛକ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ୨ପ୍ଲାଟୁନ ପୋଲିସ ମୁତୟନ କରାଯାଇ ନର୍ଲା ପୋଲିସ ସମେତ କଳାହାଣ୍ଡି ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବାପାଇଁ ରସ୍ତା ଅବରୋଧ ହୋଇଥିଲା, ଫଳରେ ଅନେକ ସମୟ ଧରି ଯାନବାହାନ ଚଳାଚଳ ଠପ୍ ହୋଇ ଯାଇଥିଲା। ପରେ ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

ଏଠାରେ ପ୍ରକାଶଯୋଗ୍ୟ ଯେ, ଏହି ରାଜ୍ୟ ରାଜପଥରେ ଅନେକ ଭାରିଯାନ ବିଶେଷକରି ବେଦାନ୍ତ ଗାଡି ଦୃତ ଗତିରେ ଯିବା ଆସିବା କରୁଥିବାରୁ ଅନେକ ସମୟରେ ବହୁ ଧନ ଜୀବନ ହାନୀ ହେଉଛି। ଅଞ୍ଚଳବାସୀ କହିବା ଅନୁଯାୟୀ ବେଦାନ୍ତ ଆଲୁମିନାର ଭାରିଯାନସବୁ ଅତି ଦୃତ ଗତିରେ ରାସ୍ତାରେ ଯାଉଥିବା ସମୟରେ ସ୍ପିଡ୍ କଂଟ୍ରୋଲ କରିନପାରି ଅନେକ ସମୟରେ ବାଇକ/ସାଇକେଲ ଆରୋହୀ ମାନଙ୍କ ଉପରେ ମାଡି ଯାଇଥାନ୍ତି। ଏହାସହ ବେଦାନ୍ତ ଆଲୁମିନା ଯୋଗୁଁ ଏହି ଅଞ୍ଚଳର ରାସ୍ତାର ଅବସ୍ଥା ବେହାଲ ହେବାକୁ ଲାଗିଛି। ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ, ବେଦାନ୍ତ କତୃପକ୍ଷ ଓ ପରିବହନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.