ନୂଆପଡ଼ାରେ ନିର୍ମାଣ ହେବ ୪ କୋଟିର ପବ୍ଲିକ ପ୍ଲାଜା

● ତେଲିପଡା ଶିବମନ୍ଦିର ପୋଖରୀ ସୌନ୍ଦର୍ଯ୍ୟ କରଣ ରୂପରେଖକୁ ମଂଜୁରୀ

ନୂଆପଡ଼ା: ନୂଆପଡ଼ା ସହରର ତେଲିପଡା ଶିବମନ୍ଦିର ପୋଖରୀ ସୌନ୍ଦର୍ଯ୍ୟ କରଣ ରୂପରେଖକୁ ମଂଜୁରୀ ମିଳିଛି। ଏନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ତେଲିପଡା ଶିବ ମନ୍ଦିର ପଦ୍ମ ପୁଷ୍କରିଣୀକୁ ରାଜ୍ୟ ସରକାରଙ୍କ ସହରାଞ୍ଚଳ ସୌନ୍ଦର୍ଯ୍ୟ କରଣ ଯୋଜନାରେ ନବ କଳେବର କରି ପ୍ରସ୍ତାବିତ ପବ୍ଲିକ ପ୍ଲାଜା ନିର୍ମାଣ କରିବା ପାଇଁ ରୂପରେଖକୁ ସରକାରୀ ମଂଜୁରୀ ମିଳି ସାରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏମିତିକି ପ୍ରସ୍ତବିତ ରୂପରେଖର ଫଟୋ ଚିତ୍ରକୁ ସର୍ବ ଜାନୀନ କରିଛନ୍ତି। ରାଜ୍ୟ ସରକାରଙ୍କ ସହରାଞ୍ଚଳ ସୌନ୍ଦର୍ଯ୍ୟ କରଣ ଯୋଜନାରେ ସହର ସୌନ୍ଦର୍ଯ୍ୟ କରଣ ଓ ଆମୋଦ ପ୍ରମୋଦ ଜଳ ଉଦ୍ୟାନକୁ ଗୁରୁତ୍ବ ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଜାନରେ ସହରାଂଚଳବାସୀଙ୍କୁ କାମ ଯୋଗାଣର ଲକ୍ଷ ରହିଛି। ଏଥିରେ ନୂଆପଡ଼ା ସହରକୁ ସୌନ୍ଦର୍ଯ୍ୟ କରଣ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରାୟ ୪ କୋଟିର ଏକ ପ୍ରସ୍ତାବ ରାଜ୍ୟ ସରକାରକୁ ଦେଇଛନ୍ତି। ସଦର ଏନଏସି ୱାଡ ନଂ ୫ର ତେଲିପଡା ସ୍ଥିତ ସର୍ବ ପୁରାତନ ଶିବ ମନ୍ଦିରର ଉଭୟ ପାଶ୍ବ ପଦ୍ମ ପୋଖରୀକୁ ସହରାଳ ସୌନ୍ଦର୍ଯ୍ୟ କରଣ ଯୋଜନାରେ ପବ୍ଲିକ ପ୍ଲାଜା ନିର୍ମାଣ କରିବା ପାଇଁ ରୂପରେଖ ପ୍ରସ୍ତୁତ ହୋଇ ସାରିଛି। ଜାତୀୟ ରାଜପଥ ୩୫୩ ପାର୍ଶ୍ବରେ ଅବସ୍ଥିତ ଉଭୟ ପୋଖରୀ ସୌନ୍ଦର୍ଯ୍ୟ କରଣ କାମ ଆରମ୍ଭ ହୋଇଛି।

Omkar Vasthu
Omkar Vasthu


ଏହି ଯୋଜନାରେ ଉଭୟ ପୋଖରୀର ପୁନରୁଦ୍ଧାର କରି ସିମେଣ୍ଟ କଂକ୍ରିଟରେ ଦୁଇ ଗୋଟି ସ୍ବିମିଂ ପୁଲ ଡିଜାଇନରେ ନିର୍ମାଣ ହେବ। ପୋଖରୀ ଚାରି ପାଶ୍ବରେ ପାହାଚ ନିର୍ମାଣ ହେବା ସହ ନୌ ଚାଳନାର ସୁବିଧା ରହିବ। ଏଥିରେ ଲୋକେ ଗାଧୁଆ ପାଧୁଆ କରିବା ସହ ନୌ ଚାଳନାର ମଜା ଉଠାଇ ପାରିବେ। ଉଭୟ ପାଶ୍ବରେ ୨ଟି ରେଫ୍ରେସମେଣ୍ଟ ରୁମ ନିର୍ମାଣ ହେବ ଓ ଏଥିରେ କପଡା ଅଦଳ ବଦଳ କରିବା ସୁବିଧା ରହିବ। ଏଠାରେ ସ୍ବିମିଂ ପୁଲର ସୁବିଧା ରହିଥିବା ବେଳେ ଚାରି ପାଶ୍ବରେ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ସୁନ୍ଦର ଓ ଅନାବନା ବୃକ୍ଷ ରୋପଣ କରି ପାର୍କ ଭଳି ନିର୍ମାଣ ହେବ। ଏଠି ଦୁଇଟି ଛୋଟ ଛୋଟ ପୋଖରୀକୁ ସଂଯୋଗ କରି ମଝିରେ ରାସ୍ତା ରହିବ। ଉଭୟ ପୋଖରୀରେ ତାର ମଧ୍ୟ ଭାଗରେ ୨ଟି ୱାଟର ଫାଉଣ୍ଡେସନ ନିର୍ମାଣ ହେବ। ଯାହାକି ଅତି ମନଲୋଭ ସହ ବିଜୁଳି ଆଳୁଅରେ ଆକଷଣୀର୍ୟ ହେବ। ସେହିପରି ଜାତୀୟ ରାଜପଥ ପାଶ୍ବ ରାସ୍ତାକଡରେ ଗାଡି ପାକିଂ ଓ ପୋଖରି ଚାରି ପାଖରେ ହିଡ ଉପରେ ବସିବା ପାଇଁ ବ୍ୟବସ୍ଥା କରାଯିବ। ଉଭୟ ପୋଖରୀର ଚାରି ପାଶ୍ବରେ ରାତିରେ ଆଳୋକ ମାଳାରେ ସଜେଇ ହେବ। ଏହି ପାରମ୍ପାରିକ ଜଳ ଉତ୍ସକୁ ଉନ୍ନତି କରି ସହରବାସୀଙ୍କ ଆମୋଦ ପ୍ରମୋଦ ଜଳ ଉଦ୍ୟନ ରୂପେ କାମ କରିବ। ଏଥିରେ ପ୍ରଶାସନର ସରକାରୀ ସ୍ଥାବର ସମ୍ପତ୍ତି ସୃଷ୍ଟି କରିବା ସହ ସହରବାସୀଙ୍କୁ କର୍ମ ଯୋଗାଣରେ ସହାୟକ ହେବ।

Pearl dental clinic
Near Ashish Medical Store, Bhawanipatna


ଏନେଇ ନୂଆପଡ଼ା ଏନଏସି ଇଓ କର୍ଣ୍ଣ ସୁନାଙ୍କୁ ପଚାରିବାରୁ, ତେଲିପଡା ଶୈବାଳୟ ପଦ୍ମ ପୁଷ୍କରିଣୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ପାଇଁ ସହରାଳ ସୌନ୍ଦର୍ଯ୍ୟ କରଣ ଯୋଜନା ପ୍ରାୟ ୪ କୋଟିର ପ୍ରସ୍ତବ ସରକାରଙ୍କୁ ମଂଜୁରୀ ପାଇଁ ପଠାଇଛୁ। ସହରାଳ ସୌନ୍ଦର୍ଯ୍ୟ କରଣ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ମୁକ୍ତା ଯୋଜନାରେ ଅନୁଦାନ ମଂଜୁର ହେବାର ସମ୍ଭବନା ରହିଛି। ଅନ୍ୟପକ୍ଷେ ଏହି ପ୍ରକଳ୍ପର ରୂପରେଖକୁ ସରକାରୀ ମଂଜୁରୀ ମିଳି ସାରିଛି। ଏବେ ଜବର ଦଖଳ ଉଚ୍ଛେଦ କାମ ସରି ସାରିଥିବା ବେଳେ ଅନୁଦାନ ଆସିଲେ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହେବ। ଦେଢ ରୁ ଦୁଇ ବର୍ଷ ଭିତରେ କାମ ସମ୍ପୁର୍ଣ୍ଣ ହେବ। ଏହା ସହର ସୌନ୍ଦର୍ଯ୍ୟ କରଣକୁ ଦ୍ବିଗୁଣିତ କରିବା ସହ ଆମୋଦ ପ୍ରମୋଦ ପାଇଁ ସହାୟକ ହେବ ବୋଲି କହିଛନ୍ତି। ଗତ ଫେବୃୟାରୀ ୨୬ ରେ ପୋଖରୀ ଚାରି ପାଖରେ ବସବାସ କରୁଥିବା ଜବର ଦଖଳକାରୀଙ୍କୁ ଉଚ୍ଛେଦ କରିଥିଲେ। ହେଲେ ଏଯାଏଁ ଜିଲ୍ଲା ପ୍ରଶାସନ ତରଫରୁ ଜବରଦଖଳକାରୀଙ୍କ ଥଇଥାନ କରିନାହାନ୍ତି। ତେବେ ଜବରଦଖଳକାରୀଙ୍କୁ ଏନଏସି ବାହାରେ ଜାଗା ମିସନ ଓ ବସୁଧା ଯୋଜନାରେ ୪ ଡିସମିଲ ଜମି ଦେବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତାବ ଦେଇଥିଲା। ଏଥିରେ ସେମାନେ ରାଜି ନହେବାରୁ ତାଙ୍କର ଥଇଥାନ ହୋଇ ପାରିନାହିଁ। ଏହା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏହା ଜିଲ୍ଲାର ସୌନ୍ଦର୍ଯ୍ୟ କରଣର ଏକ ମାଇଲ ଖୁଣ୍ଟ ହେବ। ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ସହରାଂଚଳରେ ମଧ୍ୟ ପାରମ୍ପାରିକ ଜଳ ଉତ୍ସର ଉନ୍ନତି କରଣ ହେବ ବୋଲି ଜିଲ୍ଲାପାଳ ସ୍ବଧାଦେଵ ସିଂ ସୂଚନା ଦେଇଛନ୍ତି।

Udyog Nursery
Udyogi Nursery

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.