ରାୟଗଡ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡାଙ୍କୁ ସାମ୍ବାଦିିକଙ୍କ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାର ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଆଜି ତାଙ୍କ ବାସ ଭବନ ପରିସରରେ ଜିଲ୍ଳାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଯାଇଛି । ଶ୍ରୀ ପଣ୍ଡାଙ୍କୁ ରାଜସ୍ୱ ପରିଷଦର ଅତିରିକ୍ତ ସଚିବ ଭାବେ ପଦୋନ୍ନତି ମିଳିବା ପରେ ସରକାରଙ୍କ ପକ୍ଷରୁ ତାଙ୍କୁ କଟକ ସ୍ଥିତ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ରାୟଗଡ ଜିଲ୍ଳାରେ ଗତ ୨୦୨୦ମସିହା ମେ’ମାସ ୧୩ତାରିଖରେ ଅତିରିକ୍ତ ଜିଲ୍ଳାପାଳ ଭାବେ ଶ୍ରୀ ପଣ୍ଡା ଯୋଗ ଦେଇଥିଲେ । ଦୀର୍ଘ ୧୩ମାସ ଧରି ଶ୍ରୀ ପଣ୍ଡା ଅତିରିକ୍ତ ଜିଲ୍ଳାପାଳ ଭାବେ ଜିଲ୍ଳାରେ ନିଜ କର୍ତବ୍ୟ ଓ ଦାୟିତ୍ୱକୁ ନିଷ୍ଠାର ସହ ସଂପାଦନା କରିଥିବାରୁ ଜିଲ୍ଳାବାସୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ ଓ ଗଣମାଧ୍ୟମ ମହଲରେ ମଧ୍ୟ ଶ୍ରୀ ପଣ୍ଡା ସମସ୍ତଙ୍କ ପ୍ରିୟଜନ ହୋଇ ପାରିଥିଲେ । ତାଙ୍କର କାର୍ଯ୍ୟଶୈଳୀକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ଦ୍ୱାରା ତାଙ୍କୁ କୋଭିଡ ପରିଚାଳନାର ନୋଡାଲ ଅଧିକାରୀ ଭାବେ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥିଲା । ଶ୍ରୀ ପଣ୍ଡାଙ୍କ କାର୍ଯ୍ୟ ଦକ୍ଷତାର ଅନୁଭୂତି ଓ ପରିସ୍ଥିତିକୁ ସେ ସମାନ୍ତରାଳ ଭାବେ ନିୟନ୍ତ୍ରଣ କରିପାରିଥିବାରୁ ଜିଲ୍ଳାରେ ଦ୍ୱିତୀୟ ଲହରର ଜୁନ୍ ମାସ ଶେଷ ସୁଦ୍ଧା କରୋନା ଗ୍ରାଫ୍ ତଳମୁହାଁ ହୋଇପାରିଥିଲା ।

Omkar Vasthu
Omkar Vasthu


ରାୟଗଡ ଭଳି ଆଦିବାସୀ ଅଧ୍ୟୁଷିତ ଆକାଂକ୍ଷା ତଥା ପଛୁଆ ଜିଲ୍ଳା ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ସବୁବେଳେ ଚର୍ଚ୍ଚିତ ଜିଲ୍ଳାରୁ ପ୍ରଶାସନିକ କାର୍ଯ୍ୟ ଦକ୍ଷତାର ଅନୁଭୂତି ସହ କୋଭିଡ ଭଳି ମହାମାରୀକୁ ମୁକାବିଲା କରିବାରେ ଖୁବ୍ ନିକଟରୁ ସେ କାର୍ଯ୍ୟ କରିପାରିଥିଲେ ଏବଂ ଏହି ଜିଲ୍ଳା ତାଙ୍କ ଜୀବନରେ ସବୁବେଳେ ଅବିସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ । କଟକ ସ୍ଥିତ କାର୍ଯ୍ୟାଳୟରେ ଖୁବ୍ ଶୀଘ୍ର ଦାୟିତ୍ୱ ଗ୍ରହଣ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଥିବାରୁ ଜିଲ୍ଳାରେ କାର୍ଯ୍ୟରତ ସାମ୍ବାଦିକ ରାଜେଶ ପଟ୍ଟନାୟକ, ଗୋପରଂଜନ ବକ୍ସିପାତ୍ର, ବି.ଏଚ. ନାଗରାଜୁ, ନବୀନ ଚନ୍ଦ୍ର ସାହୁ, ମୋନଜ ପାତ୍ର, ଯୋଗେଶ୍ୱର ଦାସ, ଗଜମୋହନ ଗରଡିଆ, ସ୍ମୃତିରଂଜନ ମହାନ୍ତି, ଅମଜଦ ଅଲ୍ଳୀ, କେ.କେ.ଜେନା, ସଂଗ୍ରାମ ପଟ୍ଟନାୟକ, ସୁଶାନ୍ତ ପ୍ରଧାନ, ରଂଜିତ ପାଢୀଙ୍କ ସମେତ ଅନ୍ୟମାନେ ଶ୍ରୀ ପଣ୍ଡାଙ୍କୁ ଉପଢୈାକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ । ସେହିପରି ବଲାଙ୍ଗିର ଜିଲ୍ଳାର ପାଟଣାଗଡ ଉପଖଣ୍ଡର ଉପଜିଲ୍ଳାପାଳ ସୋମନାଥ ପ୍ରଧାନ ରାୟଗଡ ଜିଲ୍ଳାର ନୂତନ ଅତିରିକ୍ତ ଜିଲ୍ଳାପାଳ ଭାବେ ଯୋଗଦାନ କରିବେ ବୋଲି ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.