ବସ୍ତରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ ଆଞ୍ଚଳିକ ବସ୍ତରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୭୨ ତମ ବନ ମହୋତ୍ସବ ସପ୍ତାହ ଗତ ୧ ତାରିଖଠାରୁ ଆରମ୍ଭ ହୋଇ ଆଜି ୭ ତାରିଖ ଦିନ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ମୁଖ୍ୟ ଅତିଥି ଭାବେ କେଗାଁ ରେଞ୍ଜର କେଶବ ମାଝୀ, ଜଂଗଲ ରକ୍ଷକ ପ୍ରଦୀପ କୁମାର ପୁଝାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣର ଉପଦାୟିତା ଓ ପରିବେଶ ସୁରକ୍ଷା ଉପରେ ଅନେକ ବାର୍ତ୍ତା ପ୍ରଦାନ କରିଥିଲେ ।

Udyog Nursery
Udyogi Nursery


ବିଦ୍ୟାଳୟର ଯୁବ ରେଡ଼କ୍ରସ ସଂଯୋଜକ ଅଗସ୍ତି ସୁନାନୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟକ୍ଷ ତ୍ରିଲୋଚନ ସାହୁଙ୍କ ସଭାପତିତ୍ବରେ କାର୍ଯ୍ୟ ଆରମ୍ଭ କରାଯାଇ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଭାରତୀୟ ଯୁବ ରେଡ଼କ୍ରସ ଶାଖା ଓଡ଼ିଶାର ନିର୍ଦ୍ଦେଶ କ୍ରମେ ଗୋଟିଏ ନିମ୍ବ ବୃକ୍ଷକୁ କଳାହାଣ୍ଡିର ପୂର୍ବତନ ସାଂସଦ ତଥା ବିଦ୍ୟାଳୟର ପ୍ରମୁଖ ସହଯୋଗୀ ସ୍ବର୍ଗତ ବିକ୍ରମ କେଶରୀ ଦେଓଙ୍କ ନାମରେ ନାମିତ କରାଯାଇଥିଲା ।


ଏଥିରେ ରେଡ଼କ୍ରସ ଶାଖାର ବିଭିନ୍ନ ସ୍ବେଚ୍ଛାସେବୀ ଉପସ୍ଥିତ ରହି ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମବିକାଶ ସଙ୍ଗଠନ କେଗାଁର କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.