୭୨ତମ ବନ ମହୋତ୍ସବ ସପ୍ତାହ ପାଳନ ହେଲା ଶେଷ: ରାୟଗଡ ବନାଂଚଳରେ ରୋପଣ ହେଲା ୨୦୨୦ଟି ଚାରା

ରାୟଗଡ, (ଶିବ ନାରାୟଣ ଗୈାଡ): ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଦ୍ୱାରା ଚଳିତ ବର୍ଷ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ ଚଳିତ ମାସ ଜୁଲାଇ ୧ତାରିଖ ଠାରୁ ଆଜି ୭ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଳିତ ହୋଇଯାଇଛି । ‘ପରିବେଶ ସୁରକ୍ଷା’ର ବିଷୟବସ୍ତୁ ନେଇ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଥିଲା । ଏହି ଅବସରରେ ରାୟଗଡ ବନଖଣ୍ଡ ଅଧିନରେ ଥିବା ସମସ୍ତ ବନାଂଚଳରେ ବୃକ୍ଷରୋପଣକୁ ଗୁରୁତ୍ୱ ଦିଆଯାଇଥିଲା । ରାୟଗଡ ବନାଂଚଳରେ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମ ଭିତରେ ୨୦୨୦ଟି ଚାରା ରୋପଣ କରାଯାଇଛି । ଏଥିରେ ଗୁମ୍ମା ସେକ୍ସନରେ ସର୍ବାଧିକ ୮୦୫ଟି, କୁମତଲପେଟା ସେକ୍ସନରେ ୬୭୦ଟି ଏବଂ ରାୟଗଡ ସେକ୍ସନରେ ୫୪୫ଟି ମୋଟ ୨୦୨୦ଟି ଚାରା ରୋପଣ କରାଯାଇଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗୁମ୍ମା ସେକ୍ସନ ର ଗୁମ୍ମା ସଂରକ୍ଷିତ ଜଙ୍ଗଲ, କୁରୁମୁଲୁମୁଣ୍ଡା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ, କୋମତଲପେଟା ସେକ୍ସନର ତୋଟାଗୁଡା ରାଜସ୍ୱ ଜଙ୍ଗଲ, କୁମତଲପେଟା ସଂରକ୍ଷିତ ଜଙ୍ଗଲରେ ଏବଂ ରାୟଗଡ ସେକ୍ସନର ଟାକାପାଡୁ ପ୍ରାଥମିକ ବିଦ୍ୟାଳୟ, ଜିଲ୍ଳା ଅଗ୍ନିଶମ କେନ୍ଦ୍ର ପରିସର, ଜୁରୁଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର, ଜିଲ୍ଳା କୋର୍ଟ ପରିସର, ପିତାଡାଙ୍ଗ ଏଏନଆର ବୃକ୍ଷରୋପଣ ସ୍ଥାନ, ସହରାଂଚଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନ ବିଭାଗ ସହାୟତାରେ ଚାରା ରୋପଣ କରାଯାଇଥିଲା ।

Udyog Nursery
Udyogi Nursery


ବିଶେଷ କରି ନିମ, ଅଁଳା, ଶିଶୁ, ଫାଶି, କରଂଜ, ଅର୍ଜୁନ, ବାହାଡା, ବାଉଁଶ, ଜାମୁ, ଶିରିଶା, ଗମ୍ଭାରୀ, ବାଲି ଶିଶୁ, କାଜୁ, ବଉଳ, ଚମ୍ପା, ଦେବଦାରୁ, କଦମ୍ବ, ପିସ୍ତାବାଦାମ ଆଦି କିସମର ଚାରାଗୁଡିକ ରୋପଣ କରାଯାଇଥିଲା । ରାୟଗଡ ବନାଂଚଳରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗୁଡିକରେ କୋଭିଡ ନିୟମକୁ ପାଳନ କରି ପାଖାପାଖି ୫୩୫ଜଣ ବୃକ୍ଷପ୍ରେମୀ ସାମିଲ ହୋଇଥିଲେ ।

ସରପଂଚ,ସମିତି ସଭ୍ୟ,ୱାର୍ଡ ସଭ୍ୟଙ୍କ ସମେତ ଗ୍ରାମବାସୀମାନଙ୍କୁ ଏଥିରେ ସାମିଲ କରାଯାଇ ସେମାନଙ୍କ ମଧ୍ୟରେ ପରିବେଶ ଓ ବନ ସୁରକ୍ଷା ଏବଂ ଚାରା ରୋପଣର ଆବଶ୍ୟକତା ଓ ଉପକାରିତା ଉପରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରାଯାଇଥିଲା ବୋଲି ରାୟଗଡ ବନାଂଚଳ ଅଧିକାରୀ ଅଶୋକ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଉକ୍ତ ସମସ୍ତ କାର୍ଯ୍ୟକ୍ରମ ଏସିଏଫ ତଥା ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ ନିତ୍ୟାନନ୍ଦ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ରାୟଗଡ ବନପାଳ ଅନୀଲ କୁମାର ପାଣିଗ୍ରାହୀ ଓ ଗୁମ୍ମା ବନପାଳ ଡମ୍ବୁରୁଧର ନାୟକଙ୍କ ଉପସ୍ଥିତିରେ ବନରକ୍ଷୀ ଓ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


ଚଳିତ ବର୍ଷ ରାୟଗଡ ବନଖଣ୍ଡ ସହାୟତାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମଗୁଡିକୁ ସହରାଂଚଳ ଓ ଗ୍ରାମାଂଚଳ ସ୍ତରରେ ଅନେକ ଅନୁଷ୍ଠାନ, ସାମ୍ବାଦିକ ସଂଘ, ଶିକ୍ଷାନୁଷ୍ଠାନ ତରଫରୁ ଏକ ସାମୁହିକ କାର୍ଯ୍ୟକ୍ରମ ଭାବେ ପାଳନ କରାଯାଇଥିବା ଭଳି ପରିଲିକ୍ଷିତ ହୋଇଥିଲା । ସମସ୍ତେ ଆଗ୍ରହ ପ୍ରକାରେ ପରିବେଶର ସୁରକ୍ଷା ପାଇଁ ଆଗେଇ ଆସିଥିବା ମଧ୍ୟ ଦେଖିବାକୁ ମିିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.