ବ୍ଲକ ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନୂତନ ଭାବେ ଯୋଗଦେଇ ଥିବା ନର୍ଲା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ତପିମଣି ଯାନୀ ଆଜି ନର୍ଲାରୋଡ ସ୍ଥିତ ଜୟଦୁର୍ଗା ହାଇସ୍କୁଲ ପରିଦର୍ଶନ କରି ଥିଲେ। ଏହି ଅବସରରେ ସେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଶ୍ବମ୍ବର ଭୋଇ ଓ ଅନ୍ୟ ଶିକ୍ଷକ ମାନଙ୍କ ସହ ୟୁଟ୍ୟୁବ ଶିକ୍ଷା ଦାନ, ମୋ ସ୍କୁଲ ଯୋଜନା ଆଦିର ପ୍ରଗତି ବିଷୟରେ ଆଲୋଚନା କରି ଉଦ୍ୟମକୁ ପ୍ରସଂଶା କରି ଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୋ ସ୍କୁଲ ଅଭିଯାନରେ  ତିଆରି ହେଇ ଥିବା ନୂତନ ବିଜ୍ଞାନଗାର ନିହାତି ଭାବେ ବିଦ୍ୟାଳୟ ର ଶିକ୍ଷଣ ସ୍ତର ବୃଦ୍ଧି କରିବ ବୋଲି ପ୍ରକାଶ କରିବା ସହ ସେ ସବୁବେଳେ ବିଦ୍ୟାଳୟ ର ଉନ୍ନତି ପାଇଁ ଉପଲବ୍ଧ ହେବେ ବୋଲି ପ୍ରତିଶୃତି ଦେଇଥିଲେ। ଶିକ୍ଷଣ ପରିବେଶ ବୃଦ୍ଧି ପାଇଁ ଶିକ୍ଷକ-ଅଭିଭାବକ ଓ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସମନ୍ୱୟ ରହିବା ନିହାତି ଜରୁରୀ ବୋଲି ସେ ମତପ୍ରକାଶ କରିଥିଲେ ଓ ସେ ଦିଗରେ ବିଦ୍ୟାଳୟର ପ୍ରଚେଷ୍ଟାକୁ ପ୍ରସଂଶା କରିଥିଲେ।

Udyog Nursery
Udyogi Nursery

ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟସେନ ନିଆଲ ମଧ୍ୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.