ରାୟଗଡ ଜିଲ୍ଳାରେ ୨,୪୯,୪୫୧ ଜଣଙ୍କ ହୋଇଛି ଟୀକାକରଣ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ହେଲେ ଟୀକାକରଣ ହିଁ ଏକମାତ୍ର ଅମୋଘ ଅସ୍ତ୍ର । ଯାହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟୀକାକରଣକୁ ଗୁରୁତ୍ୱ ଦେଇଛନ୍ତି । ରାୟଗଡ ଜିଲ୍ଳାରେ ଚଳିତ ମାସ ୮ତାରିଖ ସୁଦ୍ଧା ସମୁଦାୟ ୨ଲକ୍ଷ ୪୯ହଜାର ୪୫ଜଣଙ୍କୁ ଟୀକାକରଣ କରାଯାଇଥିବା ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରାୟଗଡ ଜିଲ୍ଳାର ମୋଟ ଜନସଂଖ୍ୟା ୧୦ଲକ୍ଷ ୬୮ହଜାର ୬୪୭ଥିବା ବେଳେ ଏଥିରୁ ସମୁଦାୟ ୭ଲକ୍ଷ ୭ହଜାର ୧୮୦ଜଣଙ୍କୁ ଟୀକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ବର୍ତମାନ ସୁଦ୍ଧା ୪୫ବର୍ଷ ବୟସରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଟୀକାକରଣ ମଧ୍ୟରେ ଶତକଡା ୪୪ପ୍ରତିଶତ ହାରରେ ୧ଲକ୍ଷ ୧୭ହଜାର ୭୪୬ଜଣଙ୍କୁ ପ୍ରଥମ ଡୋଜ୍ ଟୀକା ଦିଆଯାଇଥିବା ବେଳେ ଶତକଡା ୩୧ପ୍ରତିଶତ ହାରରେ ୩୬ହଜାର ୩୮୯ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟୀକା ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ୧୮ରୁ ୪୪ବର୍ଷିୟ ବର୍ଗ ମଧ୍ୟରେ ଜିଲ୍ଳାର ୪ଲକ୍ଷ ୧୯ହଜାର ୫୪୦ଜଣଙ୍କୁ ଟୀକାକରଣରେ ସାମିଲ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଶତକଡା ୧୬ ପ୍ରତିଶତ ହାରରେ ୬୬ହଜାର ୬୪୫ଜଣଙ୍କୁ ପ୍ରଥମ ଡୋଜ ଏବଂ ୨୩ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟୀକା ପ୍ରଦାନ କରାଯାଇଥିବା ଜଣାପଡିଛି । ଫଳରେ ସମୁଦାୟ ୭ଲକ୍ଷ ୭ହଜାର ୧୮୦ଜଣଙ୍କ ମଧ୍ୟରୁ ୨ଲକ୍ଷ ୧ହଜାର ୨୫୨ଜଣଙ୍କୁ ଶତକଡା ୨୮ପ୍ରତିଶତ ହାରରେ ଏବଂ ୪୮ହଜାର ୧୯୯ଜଣଙ୍କୁ ଶତକଡା ୨୪ପ୍ରତିଶତ ହାରରେ ମୋଟ ୨ଲକ୍ଷ ୪୯ହଜାର ୪୫୧ଜଣଙ୍କୁ ଟୀକାକରଣ କରାଯାଇପାରିଛି ବୋଲି ଜିଲ୍ଳା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.