ବିତାଡ଼ିତ ୪୦ ଆଦିବାସୀ ପରିବାରଙ୍କୁ ସାକ୍ଷାତ କଲେ କଳାହାଣ୍ଡି ଏସପି

କଳାହାଣ୍ଡି: ସାହାଜଖୋଲ ସଂରକ୍ଷିତ ଜଙ୍ଗଲର ଗୋତୋମୁଣ୍ଡା ବିଟରେ ନବରଙ୍ଗପୁର ଜିଲ୍ଲାର ୪୦ ଆଦିବାସୀ ପରିବାର ପ୍ରାୟ ୨୦ ବର୍ଷଧରି ଡୁମେରପାଣି ଓ ଭଟାପାଣି ନାମରେ ବସତି ସ୍ଥାପନ କରି ରହି ଆସୁଥିଲେ। ତେବେ ଗତ ୩୦ ତାରିଖ ଦିନ ଜୋର ଜବରଦସ୍ତ ସେମାନଙ୍କୁ ତଡି ଦିଆଯାଇଥିବା ଅଭିଯୋଗ ହୋଇଛି। ଜଙ୍ଗଲରୁ ବିତାଡ଼ିତ ହୋଇଥିବା ଏହି ଆଦିବାସୀ ପରିବାର ଜଙ୍ଗଲ ବିଭାଗ, ଗୋତୋମୁଣ୍ଡା ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ଓ ଅନ୍ୟ କେତେକ ଲୋକ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରି ତଡ଼ି ଦେଇଥିବା ନେଇ ଆମପାଣି ଥାନାରେ ଗତ ୨ ତାରିଖରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଗତ ୬ ତାରିଖରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦୁଇ ପକ୍ଷଙ୍କ ଉପସ୍ଥିତିରେ ଏକ ଶାନ୍ତି କମିଟି ଗଠନ କରି ୪୦ ଆଦିବାସୀ ପରିବାରଙ୍କୁ ଥଇଥାନ ନହେବା ପର୍ଯ୍ୟନ୍ତ ପୂର୍ବ ସ୍ଥାନରେ ରହିବାକୁ ଅନୁମତି ଦେଇଛନ୍ତି। ତେବେ ଏହି ଘଟଣାକୁ ନେଇ ଆଦିବାସୀ, ଦଳିତ ସଙ୍ଘଠନ ଓ ରାଜନୈତିକ ଦଳର କର୍ମକର୍ତ୍ତା ପୀଡ଼ିତ ଆଦିବାସୀ ପରିବାରଙ୍କୁ ଭେଟିବା ସହ କଳାହାଣ୍ଡି ଜିଲ୍ଲା ପ୍ରଶାସନ ସମେତ ଏସପିଙ୍କ ନିକଟରେ ଦାବିପତ୍ର ଦେବାସହ ଆଦିବାସୀଙ୍କୁ ନ୍ୟାୟ ଓ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ କାର୍ଯନୁଷ୍ଠାନ ନେବାକୁ ଦାବି କରିଛନ୍ତି। ରବିବାର କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ (ଏସପି) ଡ଼. ଶ୍ରାବଣ ବିବେକ ଏମ, କଳାହାଣ୍ଡି ଡିଏସପି ନାରାୟଣ ନାୟକ, ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର ଓ ଆମପାଣି ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସ୍ବାଇଁ ଭଟାପାଣି ଓ ଡୁମେରପାଣିକୁ ପହଞ୍ଚି ଏହି ପୀଡ଼ିତ ୪୦ ପରିବାରଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ଏସ.ପି. ଗୋତୋମୁଣ୍ଡା ଫାଣ୍ଡିରେ ପହଞ୍ଚି ଗୋତୋମୁଣ୍ଡା ବିଟ ଜଙ୍ଗଲ ସୁରକ୍ଷା ସମିତିର ସଦସ୍ୟ ଓ ବେହେରା ଫରେଷ୍ଟ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.