ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ‘ଶିକ୍ଷା ଓ ଶିକ୍ଷକ’ ଶିର୍ଷକ ଆଲୋଚନା ଚକ୍ର

ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ‘ଶିକ୍ଷା ଓ ଶିକ୍ଷକ’ ଶିର୍ଷକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଗାନ୍ଧୀ ଦର୍ଶନର ପ୍ରବକ୍ତା, ଓଡିଆ ଅର୍ଥସେବାର ବରିଷ୍ଠ ଅଧିକାରୀ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ସଂଗ୍ରାମ କେଶରୀ ସାମନ୍ତରାୟ ଏବଂ ବିଶିଷ୍ଟ ଅତିଥି ଭାବରେ ସାମ୍ପ୍ରତିକ ସମୟର ପ୍ରତିଭାସମ୍ପନ୍ନ ଯୁବକବି ଶିବାନନ୍ଦ ବାରିକ ଯୋଗ ଦେଇଥିଲେ। ସମ୍ପାଦିକା ପ୍ରଣତି ମହାପାତ୍ର ଏପରି ଏକ ଅନନ୍ୟ କାର୍ଯ୍ୟକ୍ରମର ପରିକଳ୍ପନା କରି ପାଞ୍ଚ ଜଣ ଯୁବ କବିଙ୍କୁ ସ୍ବରଚିତ ତଥା ସୁନିର୍ବାଚିତ କବିତା ପାଠର ସୁଯୋଗ ଦେଇଥିଲେ। ସେମାନେ ହେଲେ ବାଲେଶ୍ବରରୁ ରାଜେନ୍ଦ୍ର ଗିରି, ରଞ୍ଜନ ମହାନ୍ତି, ପୁରୀ ଜିଲ୍ଲାରୁ ନିବେଦିତା ମହାପାତ୍ର, ଗଞ୍ଜାମ ଜିଲ୍ଲାରୁ ଶିବାନନ୍ଦ ବାରିକ ତଥା ଜଗତସିଂହପୁର ଜିଲାରୁ ଶ୍ରୀଶିକ୍ତା ଶୁଭଦର୍ଶିନୀ ନାୟକ ତଥା କେନ୍ଦ୍ରାପଡାରୁ ଅଂଶୁମାନ ସାହୁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାପରେ ଏକ ଅଭିନବ ଶୈଳୀରେ ମୁଖ୍ଯ ଅତିଥି ସଂଗ୍ରାମ କେଶରୀ ସାମନ୍ତରାୟ ସମସ୍ତ ସୃଷ୍ଟିର ବିଶେଷ ସମୀକ୍ଷା କରି ଉପସ୍ଥିତ ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ବିଶ୍ଵେଶ୍ଵର ମାଝୀଙ୍କ ସମେତ ସମୀକ୍ଷା ପର୍ବରେ ସାମିଲ ହୋଇଥିଲେ ସାହିତ୍ୟିକ ନିରଞ୍ଜନ କରଣ, ରତିନାରାୟଣ ରାଉତ, ସରୋଜ କୁମାର ପ୍ରଧାନ, ରାଜେନ୍ଦ୍ର ନାଏକ, ସାଗର କୁମାର ପରିଡ଼ା, ସ୍ଵାତୀ ସୁଚିସ୍ମିତା, ନିରୁପମା ପତି, ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ, ରତ୍ନାକର ସିଂହ, ସମର ବଲ୍ଲଭ ଭୋଇ, ଆଶିଷ କୁମାର ସ୍ଵାଇଁ, ବୈଜୟନ୍ତୀ ସାହୁ, ଲକ୍ଷ୍ମୀ ପ୍ରିୟା ନାୟକ, ଗୀତାରାଣୀ ପୁରୀ, ବିନୋଦିନୀ ଦାସ, ସ୍ନିଗ୍ଧା ସାମନ୍ତରାୟ, ପ୍ରଫୁଲ୍ଲ କୁମାର ଦାସ, ଜୁମରନାଥ ପାତ୍ର, ସଞ୍ଜୟ ସାହୁ, ରଞ୍ଜନ କୁମାର ବ୍ରହ୍ମ, ଜନରଞ୍ଜନ ପ୍ରଧାନ, ବିଜୟ କୁମାର ପଣ୍ଡା,ତପନ କୁମାର ବିଶ୍ଵାଳ, ଶୁଭ୍ରାଂଶୁ ଶେଖର ମାହୁନ୍ତ, ସଙ୍ଗୀତା ବାରିକ, ଶାନ୍ତିଲତା ପଣ୍ଡା ତଥା ଅନେକ ଯୁବ ସାହିତ୍ୟିକ।

Udyog Nursery
Udyogi Nursery

ଏପରି ଅଭିନବ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ‘ସୁନାଫୁଲ’ର ସମ୍ପାଦିକା ନିରୁପମା ପତି ଏବଂ ପରିବାରର ମାର୍ଗଦର୍ଶକ ସଞ୍ଜୟ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.