ଅଜଣା ଗାଡି ଧକ୍କାରେ ଜଣେ ମୃତ

କେସିଙ୍ଗା, (ବର୍ଦ୍ଧମାନ ଜୈନ): ଉତ୍କେଲା ଫାଣ୍ଡି ଛକ କାଦୋପଡା ଯିବା ସମ୍ମୁଖ ଜାତୀୟ ରାଜପଥ ୨୬ ଉପରେ ପାହାନ୍ତିଆ ୫ ଟା ସମୟରେ ଉତ୍କେଲାର ପ୍ରେମାନନ୍ଦ ପୁଟେଲଙ୍କୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ସେ ଗୁରୁତର ଅବସ୍ଥାରେ ପଡିରହିଥିଲେ। ଖବର ପାଇ ଉତ୍କେଲା ଫାଣ୍ଡି ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୋଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ପ୍ରେମାନନ୍ଦଙ୍କୁ କେସିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.