ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସ୍ତରୀୟ ଆଭାସୀ ସମ୍ପାନ

କଳାହାଣ୍ଡି: ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକଦିବସୀୟ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଆୟୋଜିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତ୍ରିଲୋଚନ ଜେନା ଉକ୍ତ ପାଠଚକ୍ରକୁ ଉଦଘାଟିତ କରିଥିବା ବେଳେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟର ଆଦିକବି ସାରଳା ଦାସ ଚେୟାର, ଭାରତୀୟ ଭାଷାକେନ୍ଦ୍ର ତଥା ଭାଷା ସାହିତ୍ୟ ସଂସ୍କୃତି ସଂସ୍ଥାନର ବିଭାଗ ମୁଖ୍ୟ ପ୍ରଫେସର ଉଦୟନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। “ଓଡ଼ିଆ ଉପନ୍ୟାସରେ ମାନବବାଦ” ଶୀର୍ଷକ ଆଲୋଚନାଚକ୍ରରେ ବିଶେଷଜ୍ଞ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ପ୍ରଫେସର ବିଷ୍ଣୁପ୍ରିୟା ଓତା ଏବଂ ଫକୀରମୋହନ ବିଶ୍ୱବିଦ୍ୟାଳୟର ଓଡ଼ିଆ, ଇଂରାଜୀ, ଉର୍ଦ୍ଦୁ ବିଭାଗ ମୁଖ୍ୟ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଯୋଗଦେଇ ପ୍ରାଚୀନରୁ ଆଧୁନିକ ତଥା ଆଧୁନିକ ଉପନ୍ୟାସରେ ମାନବବାଦକୁ ଆଧାର କରି ରଚିତ ସୃଷ୍ଟିସମ୍ଭାର, ସାମ୍ପ୍ରତିକ କରୋନା ପରିସ୍ଥିତିରେ ମାନବବାଦର ଭୂମିକା, ଫକୀରମୋହନଙ୍କ ଉପନ୍ୟାସଠାରୁ ଆରମ୍ଭ କରି ମନୋଜ ଦାସ, ପ୍ରତିଭା ରା଼ୟଙ୍କ ଉପନ୍ୟାସରେ ମାନବବାଦ ଓ ଉପନ୍ୟାସର ଆଭ୍ୟନ୍ତରୀଣ ମାନବିକ ଆବେଦନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। ଆବାହକ ତଥା ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ରାଜକିଶୋର ପଣ୍ଡିତ ପ୍ରାରମ୍ଭିକ ସୂଚନା ସଙ୍ଗେସଙ୍ଗେ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ଡ. ପ୍ରତାପ କୁମାର ସେନାପତି ଆଲୋଚନାଚକ୍ରକୁ ସଂଯୋଜନା କରିଥିବାବେଳେ ଅର୍ଥନୀତି ବିଭାଗ ମୁଖ୍ୟ ତଥା ଉପଆବାହକ ଡ. ରଜନୀକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବୈଷୟିକ ପରିଚାଳନାର ଦାୟିତ୍ୱରେ ଥିଲେ ଆଦିତ୍ୟ କୁମାର ପାତ୍ର। ୨୫୦ରୁ ଉର୍ଦ୍ଧ୍ବ ଅଧ୍ୟାପକ ଅଧ୍ୟାପିକା, ଗବେଷକ ଗବେଷିକା, ଛାତ୍ରଛାତ୍ରୀ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.