ହକ୍ ପାଇଁ ଏକାଠି ହେଲେ କଳାହାଣ୍ଡି ଜିଲ୍ଲାର ସମସ୍ତ ଓବିସି ସମାଜ ସଭାପତି ଓ କାର୍ଯ୍ୟକର୍ତ୍ତା

କଳାହାଣ୍ଡି: ନିଟ୍ ଭଳି ଏକ ମହତ୍ତ୍ୱପୂର୍ଣ୍ଣ ଡ଼ାକ୍ତରୀ ଶିକ୍ଷା କ୍ଷେତ୍ରରୁ ଓବିସି ଛାତ୍ରଛାତ୍ରୀ ମାନଙ୍କ ଆରକ୍ଷଣ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବାସହ କେସିଙ୍ଗାଠାରେ ଏକତ୍ରିତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ସମସ୍ତ ଓବିସି ସମାଜ ସଭାପତି ଓ କର୍ମକର୍ତ୍ତା। ଆଜି କେସିଙ୍ଗା ସହର ସ୍ଥିତ ପଣ୍ଡରା ମାଳି ଭବନ ଠାରେ ଜିଲ୍ଲାର ସମସ୍ତ ଓବିସି ସମାଜର ସଭାପତି ଓ କର୍ମକର୍ତ୍ତାଙ୍କ ମିଳିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗାର ଯୁବ ସଙ୍ଗଠକ ଏ ସୁରେଶ ରାଓଙ୍କ ଆବାହକତ୍ଵରେ ଆୟୋଜିତ ସମାବେଶରେ କଳାହାଣ୍ଡି ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଜିଲ୍ଲା ସଭାପତି ନୀଳମଣି ସାହୁ ଅଧ୍ୟକ୍ଷତା କରିଥିଲେ। ଏଥିରେ ନିଟ୍ ଡ଼ାକ୍ତରୀ ଶିକ୍ଷା କ୍ଷେତ୍ରରୁ ଓବିସି ଆରକ୍ଷଣ ଉଚ୍ଛେଦ ଉପରେ ଆଲୋଚନା କରାଯିବା ସହ ଓବିସି ସଂରକ୍ଷଣକୁ ବଞ୍ଚାଇବାକୁ ହେଲେ ଆନ୍ଦୋଳନର ଆବଶ୍ୟକତା ପଡୁଛି ଓ ଓବିସି ସମାଜର ସମସ୍ତ ସଙ୍ଗଠନ ଏକତ୍ରିତ ହୋଇ ଦଳ ମତ ନିର୍ବିଶେଷରେ ସାମିଲ ହେବାକୁ ପଡ଼ିବ ବୋଲି ଏହି ସମାବେଶରେ ସ୍ଥିର କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୁନଃ ଆରକ୍ଷଣ ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବାକୁ କାର୍ଯ୍ୟପନ୍ଥା ସ୍ଥିର କରାଯିବାସ଼ହ ଏନେଇ ଏକ କମିଟି ମଧ୍ୟ ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଆଜିର ଏହି ସମାବେଶରେ ଓବିସି ବର୍ଗର ସମସ୍ତ ସମାଜ ସଙ୍ଗଠନର ସଭାପତି ଓ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.