ପତଞ୍ଜଳି ଯୋଗ ସମିତି ପକ୍ଷରୁ ୨ ଦିନିଆ ଯୋଗ ଶିବିର

ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ରାମନାଗୁଡା କଲ୍ୟାଣ ମଣ୍ଡପ ଠାରେ ପତଞ୍ଜଳି ଯୋଗ ସମିତି ତରଫରୁ ୨ ଦିନିଆ ଯୋଗ ଶିବିର ପାଳିତ ହୋଇଯାଇଛି। ଜିଲ୍ଲାର ସୁନାମଧନ୍ୟ ଯୋଗାଚାର୍ଯ୍ୟ ରାଜେଶ ଆର୍ଯ୍ୟଙ୍କ ଉପସ୍ଥିତିରେ ସମସ୍ତ ଶିବିରାର୍ଥୀଙ୍କୁ ଯୋଗ, ପ୍ରାଣାୟମ, ଆସନ ସହ ପ୍ରାକୃତିକ ଚିକିତ୍ସା ଓ ଆକ୍ୟୁପ୍ରେସର(ମର୍ମ)ଚିକିତ୍ସାର ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ।ଉକ୍ତ ଶିବିରରେ ଅଂଶଗ୍ରହଣ କରିଥିବା ଶିବିରାର୍ଥୀଙ୍କୁ କରୋନା ମହାମାରୀ ଠାରୁ ରକ୍ଷା ପାଇବା ପାଇଁ କପାଳଭାତି, ଭସ୍ତିକା, ଊଜାଇ, ଅନୁଲମବିଲମ ଏବଂ ଆୟୁର୍ବେଦ ଓ ଗିଲୋୟ, ହଳଦୀ, ଗୋଲମରିଚ, ଅଦା, ତୁଳସୀପତ୍ର ସମସ୍ତଙ୍କୁ କାଢାବନାଇ ପିଇବାପାଇଁ ପରାମର୍ଶ ଦେଇଥିଲେ।

ଯୋଗ କରିବା ଦ୍ବାରା ଶରୀରରେ ଏକାଗ୍ରତା ଆସିବା ସହ ଶ୍ବାସକିୟା ମଜବୁତ ରହିବା ସହ ରୋଗପ୍ରତିରୋଧକ ଶକ୍ତି ବଢ଼ିବାରେ ସହାୟକ ହୋଇଥାଏ। ଯୋଗକରିବା ଦ୍ବାରା ମଣିଷ ଜୀବନରେ ରୋଗବ୍ୟାଧି ଠାରୁ ଦୂରେଇ ରହିବା ସହ ଯୋଗକୁ ନିଜ ପ୍ରତିଦିନ ଦିନଚର୍ଯ୍ୟାରେ ସାମିଲ କରିବା ପାଇଁ ସମସ୍ତଙ୍କୁ ପ୍ରେରିତ କରାଇଥିଲେ। ଗିଲୋୟ ପ୍ରୟୋଗ ଓ ଉପକାରିତା ଓ ମହତ୍ତ୍ଵ ସର୍ମ୍ପକରେ ବୁଝାଇବା ସହ ନିଜ ଘରବାଡିରେ ଗିଲୋୟ ଚାରାନେଇ ରୋପଣ କରିବାକୁ କହିଥିଲେ ଯୋଗାଚାର୍ଯ୍ୟ। ଏନେଇ ପବିତ୍ର ଗୁରୁପୂଣ୍ଣିମା ଉପଲକ୍ଷେ ହୋମଯଜ୍ଞର ଆୟୋଜନ କରାଯାଇଥିଲା।


ପତଞ୍ଜଳି ସ୍ବଦେଶୀ ସମୃଦ୍ଧି କାର୍ଡ଼ ଜରିଆରେ ପତଞ୍ଜଳି ଜିନିଷ କ୍ରୟ ଉପରେ ବିଶେଷ ରିହାତି ପ୍ରଦାନ କରାଯାଉଥିବା ସହ ୫ଲକ୍ଷଟଙ୍କାର ଦୃର୍ଘଟଣା ବୀମା, ଦୃର୍ଘଟଣାରେ ଶାରୀରିକ ବିକଳାଙ୍ଗ ଆଦି ଲୋକଙ୍କୁ ବୀମା ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିବା ସହ ଲୋକଙ୍କୁ ନିକଟସ୍ଥ ପତଞ୍ଜଳି କେନ୍ଦ୍ରକୁ ଯାଇ ସ୍ବଦେଶୀ ସମୃଦ୍ଧି କାର୍ଡ଼ ଲାଭ ନେବା କହିଥିଲେ। ଏଥିସହ ରାମନାଗୁଡା ପତଞ୍ଜଳି ଯୋଗ ସମିତି ଏକ ନୂତନ କମିଟି ଗଠନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେସିଙ୍ଗପୁର ପ୍ରଭାରୀ ଭୋଳଶ୍ବର ଆର୍ଯ୍ୟ ଏବଂ ରାମନାଗୁଡା ପତଞ୍ଜଳି ଯୁବ ପ୍ରଭାରୀ ରାକେଶ କୁମାର ବେହେରାଙ୍କ ସମେତ ମହିଳା ପତଞ୍ଜଳି ଯୋଗସମିତି ପ୍ରଭାରୀ ସସ୍ମିତା ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିିଥିବାବେଳେ ବିଶ୍ୱନାଥ ସେନାପତି, ନବୀନ ନାୟକ ପ୍ରମୁଖ ଶିବିରରେ ଭାଗନେବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.