ଟାଙ୍ଗନକନା ଠାରେ ବିଶ୍ଵ ଆଦିବାସୀ ଦିବସ ପାଳିତ

ଲାଞ୍ଜିଗଡ: ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ଟାଙ୍ଗନକନା ଠାରେ ଆଜି ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଲାଞ୍ଜିଗତ ବ୍ଳକର ସମସ୍ତ ଆଦିବାସୀ ଟାଙ୍ଗନକନା ଗାଁଠାରେ ଆଜି ସକାଳୁ ଏକଜୁଟ ହୋଇଥିବା ବେଳେ ଏହି ସମାରୋହରେ ବରିଷ୍ଠ ଆଦିବାସୀ ନେତା ମାନେ ମଧ୍ୟ ଯୋଗ ହୋଇଥିଲେ। ଆଦିବାସୀ ମାନେ ପ୍ରଥମେ ଏକ ଶୋଭାଯାତ୍ରାରେ ବାହାରି ଗାଁର ଧରଣୀ ଗୁଡିରେ ଧରଣୀ ପେନୁକୁ ପୂଜାର୍ଚ୍ଚନା କରିବା ପରେ ସହିଦ ରେଣ୍ଡୋ ମାଝୀ ଓ ସ୍ଥାନୀୟ ସ୍ବର୍ଗତ କାର୍ଜି ମାଝୀଙ୍କ ଫୋଟ ଚିତ୍ରକୁ ପୁଷ୍ପମାଳ ଦେଇ ପୂଜାର୍ଚ୍ଚନା କରିବା ପରେ ସମାରୋହ ଆରମ୍ଭ ହୋଇଥିଲା। ଏଥିରେ ବାଜା, ନିଶାନ, ଖୋଲ ତାଳ ସହିତ ପଦପବିରେ ଥିବା ଅତିଥି ମାନଙ୍କୁ ଫୁଲଗୁଚ୍ଛା ଦେଇ ମଞ୍ଚାସିନ ପାଇଁ ନିମନ୍ତ୍ରଣ କରାଯାଇଥିଲା।

Omkar Vasthu
Omkar Vasthu


ଲାଞ୍ଜିଗଡ଼ ବ୍ଳକର ବରିଷ୍ଠ ଆଦିବାସୀ ନେତା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଓ ପୂର୍ବତନ ବିଧାୟକ ଶିବାଜୀ ମାଝୀ ମଧ୍ୟ ଏହି ସମାରୋହରେ ସାମିଲ ହୋଇଥିଲେ। ଲାଞ୍ଜିଗତ ବ୍ଳକର ୨୬ ଗୋଟି ପଞ୍ଚାୟତର ଆଦିବାସୀ ମାନେ ଏଥିରେ ସାମିଲ ହୋଇଥିବା ବେଳେ ଆଦିବାସୀ ମାନଙ୍କର ଏକତାକୁ ନେଇ ଏଥିରେ ଆଲୋଚନା ହୋଇଥିଲା। ଆଦିବାସୀ ମାନଙ୍କ ପ୍ରକୃତି ମାଟିଦେବତାକୁ କିଭଳି ପୂଜାର୍ଚ୍ଚନା ଭଳି ଏହିସବୁ ପରମ୍ପରା ସଦାସର୍ବଦା ରହିବା ସହ ଧରଣୀ ଗୁଡିର ଧରଣୀ ପେନୁକୁ ମାନି ସଦା ଏକଜୁଟ ହେବା ଏନେଇ ଏହି ସମାରୋହରେ ନିଷ୍ପତ୍ତି ନିଆଯାଇଥିଲା।

Pearl dental clinic
Near Ashish Medical Store, Bhawanipatna


ଏଥିରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଲାଞ୍ଜିଗଡ଼ ବ୍ଳକ ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀ, ବ୍ଳକ ସରପଞ୍ଚ ସଂଘ ସଭାପତି ଟଙ୍କ ଧର ମାଝୀ,ଛତ୍ରପୁର ସରପଞ୍ଚ ରାଜୀବ ମାଝୀ, ଲାଞ୍ଜି ସରପଞ୍ଚ ବିଷ୍ଣୁ ଚରଣ ଭୋଇ, ତ୍ରିଲୋଚନପୁର ସରପଞ୍ଚ ଚନ୍ଦ୍ର ମାଝୀ, ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ଲାଞ୍ଜିଗଡ଼ ସରପଞ୍ଚ ସୁଶ୍ରୀ ମଣି ମାଝୀ, ବନ୍ଧପାରି ସରପଞ୍ଚ ସୁଶ୍ରୀ ଫୁଲମେ ମାଝୀ, ଲାଞ୍ଜିଗଡ଼ ସମିତି ସଭ୍ୟ ପ୍ରଦୀପ ମାଝୀ, ଆଦିବାସୀ ବ୍ଳକ ସଂପାଦକ ଶୁକ୍ରୁ ମାଝୀଙ୍କ ସମେତ ଅନ୍ୟାନ୍ୟ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ସେମିତି ସଭ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ।

Udyog Nursery
Udyogi Nursery


ଏଥିରେ ବିଭିନ୍ନ ଦଳୀୟ ନେତା ପାତ୍ର ମାଝୀ, ତୁଳସୀ ମାଝୀ, ମୁଲୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ବନ୍ଧପାରି ସରପଞ୍ଚ ଫୁଲମେ ମାଝୀ ଓ ବେବିନା ମାଝୀ ମାକ୍ସ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ଲଳିତ ଭୋଇ ପରିଚାଳନା କରିଥିବା ବେଳେ କଦଣ୍ଡଧର ପ୍ରଧାନ, ଜଳନ୍ଦର ମାଝୀ, ବାଲି ମାଝୀ, ସନ୍ତୋଷ ମାଝୀ,ପଦ୍ମନ ମାଝୀ, ସନମ ମାଝୀ, ଗୋବିନ୍ଦ ମାଝୀ,ପାତ୍ର ମାଝୀଙ୍କ ସମେତ ଟାଙ୍ଗନକନା ଗ୍ରାମର ଯୁବଗୋଷ୍ଠୀ ସହଯୋଗ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.