କରଞ୍ଜକୋଟକୁ ପର୍ଯ୍ୟଟନ ସ୍ଥଳି ମାନ୍ୟତା ଦେବାର ପ୍ରୟାସ ଆରମ୍ଭ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ପ୍ରକୃତିର ଅପରୂପ ଶୋଭା ସମ୍ଭାରରେ ବିମଣ୍ଡିତା କରଞ୍ଜକୋଟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବାକୁ ଯାଉଛି । ଏଥିପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କରଞ୍ଜକୋଟରେ କ୍ଷଦ୍ର ଜଳସେଚନ ବିଭାଗ ପକ୍ଷରୁ ୧୯୭୧ ମସିହାରେ ଏଡ ଡ୍ୟାମ ନିର୍ମାଣ ହୋଇଥିବା ବେଳେ ଉକ୍ତ ଡ୍ୟାମ କଡରେ ୧୯୭୮ ମସିହାରେ ଏକ ଶିବ ମନ୍ଦିର ନିର୍ମାଣ ହୋଇଥିଲା । ଏହି ଦିନଠାରେ ଏଠାକୁ ବଣ ଭୋଜି ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବାକୁ ଲୋକଙ୍କ ଭିଡ ଆରମ୍ଭ ହୋଇଥିଲା । ବିଗତ କିଛି ବର୍ଷ ହେଲା ଏଠାକୁ ପର୍ଯ୍ୟଟଙ୍କ ପ୍ରବଳ ଭିଡ ଦେଖି ଶକ୍ତି,ଶିଳ୍ପ,ଏମଏସଏମଇ ଓ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଏହାର ବିକାଶ ତଥା ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗକୁ ପ୍ରସ୍ତାବ ଦେଇଥିଲେ ।

Omkar Vasthu
Omkar Vasthu


ଉକ୍ତ ପ୍ରସ୍ତାବକୁ ଅଗ୍ରାଧିକାର ଦେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ କରଞ୍ଜକୋଟର ଭିତ୍ତିଭୂମି ସମିକ୍ଷା କରିବାକୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଥିଲେ । ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଧର୍ମଗଡ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କରଞ୍ଜକୋଟ ଗସ୍ତ କରି ଆବଶ୍ୟକୀୟ ଭିତ୍ତି ଭୁମିର ସମିକ୍ଷା କରିଥିଲେ । ବୋଟିଂ ପାଇଁ ଡ୍ୟାମର ଜଳ ରାଶି ତଥା ପାର୍କ ନିର୍ମାଣ ସ୍ଥାନ ବୁଲି ଦେଖିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉକ୍ତ ସମୟରେ କ୍ଷୁଦ୍ର ଜଳସେଚନ ବିଭାଗ ଧର୍ମଗଡ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ଧିରେନ୍ଦ୍ର ନାଏକ, ବ୍ଲକ ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ, ନୂଆଗାଁ ସରପଞ୍ଚ ଶ୍ୟାମନ ସୁନ୍ଦର ଛତ୍ରିଆ, ପର୍ଯ୍ୟଟନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । କରଞ୍ଜକୋଟ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇବା ସହିତ ଏହା ବିକାଶ ହେଲେ ଅଞ୍ଚଳର ଅନେକ ବିକାଶ ହେବ ଏଣୁ ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.