ଡୁଙ୍ଗୁରୀଗୁଡା ସ୍କୁଲରୁ ଚୋରୀ, ପୋଲିସର ତଦନ୍ତ ଆରମ୍ଭ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡୁଙ୍ଗୁରିଗୁଡା ପ୍ରାଥମିକ ବିଦ୍ୟାଳୟରେ ଚୋରି ହୋଇଥିବା ନେଇ ପ୍ରଧାନ ଶିକ୍ଷକ ଲିଖିତ ଅଭିଯୋଗ କରିବା ପରେ ଗୋଲାମୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଗତକାଲି ରାତ୍ର ସମୟରେ କେହି ଦୁର୍ବୁତ ସ୍କୁଲ କୋଠରୀର ତାଲା ଭାଙ୍ଗି କୋଠରୀ ଭିତରେ ଲାଗିଥିବା ୭ଗୋଟି ସଲିଙ୍ଗ ପଙ୍ଖା, ୨ ଗୋଟି ବାର ଲାଇଟ, ଗୋଟିଏ ଟେବୁଲ ପଙ୍ଖା, ୭ ଖଣ୍ଡ ଚୌକି, ୧୦ ବ୍ୟାଗ ସିମେଣ୍ଟ, ୧ କ୍ୱିଣ୍ଟାଲ ଛଡ, ଟ୍ୟୁବ ଲାଇଟ ଓ ଷ୍ଟ୍ରିଟ ଲାଇଟ ଚୋରି କରିନେଇଥିବା ପ୍ରଧାନ ଶିକ୍ଷକ ଅଶ୍ୱିନ କୁମାର ଲିଖିତ ଅଭିଯୋଗ କରିଛନ୍ତି।

Omkar Vasthu
Omkar Vasthu


ଆଜି ସକାଳ ୮ଘଣ୍ଟା ସମୟରେ ସ୍କୃଲ ଗୃହ ଖୋଲିବା ପରେ ଉକ୍ତ ଘଟଣା ଦେଖି ଥାନାରେ ପ୍ରଧାନ ଶିକ୍ଷକଙ୍କ ଲିଖିତ ଅଭିଯୋଗ ପରେ ଗୋଲାମୁଣ୍ଡା ଥାନା ଆଇଆଇସି ଯୁଗଳ ଶବର ସ୍କୁଲ ପରିଶରକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ଜରିଆରେ ଅଧିକ ତଦନ୍ତ କରାଯିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହାରେ କରୋନା ପାଇଁ ଗ୍ରାମପଞ୍ଚାୟତ ତରଫରୁ ଉକ୍ତ ସ୍କୁଲକୁ କ୍ୱାରେଣ୍ଟାଇନ ସେଣ୍ଟର କରାଯାଇ ଏହି ସବୁ ଜିନିଷ ଲାଗିଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.