କେବେ ନିର୍ମାଣ ହେବ ସର୍ଗିଗୁଡା ରେଳବାଇ ଫାଟକର ଓଭର ବ୍ରୀଜ୍

● ମୃତ୍ତିକା ପରୀକ୍ଷଣର ବର୍ଷେପରେ ମଧ୍ୟ ଆରମ୍ଭ ହୋଇପାରିନି ବ୍ରୀଜ କାମ

● ଦିନକୁ ଦିନ ବଢିବାରେ ଲାଗିଛି ଟ୍ରାଫିକ ସମସ୍ୟା, ବୃଦ୍ଧି ପାଉଛି ଜନ ଅସନ୍ତୋଷ

କଳାହାଣ୍ଡି, ୨୦|୯ (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା- ଭୂବନେଶ୍ୱର ରାଜ୍ୟ ରାଜପଥ ଉପରେ ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଠାରେ ପୂର୍ବତଟ ରେଳବାଇର ଏକ ଲେବଲ କ୍ରସିଂ ଫାଟକ ରହିଛି । ସେହିଭଳି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଠାରେ ମଧ୍ୟ ଭବାନୀପାଟଣା ସମ୍ବଲପୁର ଜାତୀୟ ରାଜ୍ୟ ପଥ ଉପରେ ଲେବଲ କ୍ରସିଂ ଗେଟ୍ ଫାଟକ ରହିଛି । ଏମିତିରେତ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡରୋଡ ଠାରୁ କେସିଙ୍ଗା ମଧ୍ୟରେ ୧୦ ରୁ ଉଦ୍ଧ୍ୱର୍ ଲେବଲ କ୍ରସିଂ ଫାଟକ ରହିଛି । ହେଲେ ବ୍ୟସ୍ତ ବହୁଳ ଓ ପ୍ରତ୍ୟହ ଟ୍ରାଫିକ ସମସ୍ୟା ସଷ୍ଟି କରୁଥିବା ଭଳି ବ୍ୟସ୍ତ ବହୁଳ ରେଳବାଇ ଲେବଲକ୍ରସିଂ ଗେଟ୍ ଉପରୋକ୍ତ ଦୁଇଟି ସ୍ଥାନରେ ରହିଛି । ୧୫ ବର୍ଷ ଆଗରୁ ଗୋଟିଏ ରେଳ ଲାଇନ ଥିଲା ସେତେବେଳେ ଯାହା ଯେମିତି ଚଳି ଯାଉଥିଲା । ଅଧଘଣ୍ଟା ରୁ ୪୫ ମିନିଟ୍ ବ୍ୟବଧାନରେ ଗୋଟାଏ ଟ୍ରେନ ଆସୁଥିଲା । ବର୍ତ୍ତମାନ ବିଶାଖାପାଟନମରୁ ନର୍ଲାଦେଇ ରାୟପୁର ଯାଏଁ ଡବଲ ଲାଇନ ହୋଇଯିବା ପରେ ପ୍ରତି ୧୦ ମିନିଟ୍ ବ୍ୟବଧାନରେ ଟ୍ରେନ ଯିବା ଆସିବା କରୁଥିବାରୁ ପ୍ରବଳ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ଏହାବାଦ୍ ଏବେ ତୃତୀୟ ରେଳ ଲାଇନ ମଧ୍ୟ ସମ୍ପୂର୍ଣ୍ଣ ହୋଇଯିବା ଉପରେ । ଏଣୁ ତୃତୀୟ ରେଳ ଲାଇନ ରେ ଟ୍ରେନ ଚଲାଚଳ କରିବା ପରେ ଅବସ୍ଥା ଆହୁରି ସାଙ୍ଘାତିକ ହୋଇ ପଡିବ ଏଥିରେ ତିଳେ ହେଳେ ସନ୍ଦେହ ନାହିଁ । ଏସବୁକୁ ଦେଖି ନର୍ଲା ଜନସାଧାରଣ ଦୀର୍ଘ ଦିନରୁ ରାସ୍ତାରେ ଓଭରବ୍ରୀଜ ଦାବୀ କରି ଆସୁଥିଲେ । ମାସକୁ ୧ ଲକ୍ଷ ଗାଡି ରାସ୍ତାରେ ଯିବା ଆସିବା ଯଦି କରୁଛି ତାହେଲେ ଓଭର ବ୍ରୀଜ ନିର୍ମାଣ କରାଯିବ ବୋଲି ରେଳବାଇ ବିଭାଗ ସୂଚନା ଦେଇଥିଲା । ପିଡବ୍ଲୁଡି ବିଭାଗ ଓ କେନ୍ଦ୍ର ସରକାରଙ୍କ ତରଫରୁ ଦୁଇ ଦୁଇ ଥର ରାସ୍ତା ଉପରେ ଯାଉଥିବା ଗାଡି ମୋଟର ଗଣନା କାର୍ଯ୍ୟ ମଧ୍ୟ କରାଯାଇଥିଲା । ଗତ ବର୍ଷ ଜୁଲାଇ ମାସରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭୂବନେଶ୍ୱର ସଏଲ ଟେଷ୍ଟିଂ ଲ୍ୟାବରୁ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଲ୍ୟାବ୍ ତରଫରୁ ନର୍ଲା ଲେବଲ କ୍ରସିଂ ଗେଟ୍ ଫାଟକ ଭବାନୀପାଟଣା ଯିବାକୁ ରହିଥିବା ରାସ୍ତାର ବାମ ପାଖରେ ଓ ନର୍ଲା ଦିଗରେ ବୋର୍ ମେସିନ ସାହାଯ୍ୟରେ ୯.୭ ମିଟର ର ଗାତ ଖୋଳି ମାଟି ସଂଗ୍ରହ କରିଥିଲେ । ମାଟିତଳୁ ବାହାରିଥିବା ପଥରଖଣ୍ଡ ଗୁଡିକ ମଧ୍ୟ ସଂଗ୍ରହ କରି ନେଇଥିବା ଦେଖିବାକୁ ମିଳିଥିଲା । ଲେବ୍ ଟେକ୍ନିସିଆସନ ଅନୁପମ ପୁହାଣଙ୍କୁ ଏସବୁ ବିଷୟରେ ପଚାରି ବୁଝିବାରୁ ଏଠାକାର ମାଟିତଳେ ୭ ମିଟର ଯାଏଁ ମାଟି ରହିଥିବା ବେଳେ ତାପରେ ଛୋଟ ଛୋଟ ପଥରଖଣ୍ଡ ସବୁ ବାହାରୁଛି । ଆମେ ମାଟି ପରୀକ୍ଷା କଲା ପରେ ବିଭାଗକୁ ରିପୋର୍ଟ ପ୍ରଦାନ କରିବୁ । କେବଳ ନର୍ଲା ନୁହଁ । ନର୍ଲା ସମେତ କଣ୍ଟାବାଞ୍ଜି ଓ ଖରିଆର ଲେବଲ କ୍ରସିଂ ନିକଟସ୍ଥ ରାସ୍ତା କଡର ମାଟି କାଢିକି ଆମେ ନେଇଯାଉଛୁ, ପରୀକ୍ଷା ପରେ ବିଭାଗକୁ ରିପୋର୍ଟ ପ୍ରଦାନ କରିବୁ ବୋଲି ସେ କହିଥିଲେ । ପିଡବ୍ଲୁଡି ବିଭାଗ ପକ୍ଷରୁ କନ୍ଦ୍ର ସରକାରଙ୍କ ରେଳବାଇ ବିଭାଗକୁ ଗତ ଅକ୍ଟୋବର ମାସରେ ମାଟି ପରୀକ୍ଷଣର ରିପୋର୍ଟ ପ୍ରଦାନ କରାଯାଇ ସାରିଥିବା ବେଳେ ଓଭରବ୍ରୀଜ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରୀୟା ମଧ୍ୟ ସରିଯାଇଥିବା ସୂଚନାରୁ ଜଣାପଡିଛି । ହେଲେ ସର୍ଗିଗୁଡା ଲେବୁଲ କ୍ରସିଂ ରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଥିବାରୁ ଓଭର ବ୍ରୀଜ ନିର୍ମାଣ କାର୍ଯ୍ୟ ଆରମ୍ଭରେ ବିଳମ୍ବକୁ ନେଇ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.