ମନରେଗା ଯୋଜନାର ସଫଳ ରୂପାୟନ ପାଇଁ ପଞ୍ଚାୟତ ସ୍ଥରୀୟ ସଚେତନତା ବୈଠକ

ଲାଞ୍ଜିଗଡ଼, ୨୦|୮: କଦମଗୁଡା ପଞ୍ଚାୟତ ତରଫରୁ ଆଜି ମନରେଗା ଯୋଜନା ସମ୍ପର୍କିତ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ମନରେଗା ଯୋଜନା ପ୍ରତି ଶ୍ରମଜିବୀ ଓ ସାଧାରଣ ଜନତାଙ୍କ ସକରାତ୍ମକ ମନୋଭାବ ଉତ୍ପନ୍ନ ପାଇଁ ଲାଞ୍ଜିଗଡ଼ ବ୍ଲକର ୨୬ଟି ଏପରି ସଚେତନତା ବୈଠକର ଆୟୋଜନ କରାଯାଉଛି। ସେହି କ୍ରମରେ କଦମଗୁଡା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନରହରି ଭୋଇ, ଜିଆରଏସ ପ୍ରଦ୍ୟୁମ୍ନ ସାହୁ, ପୂର୍ବତନ ସମିତି ସଭ୍ୟ ପରେଶ ପ୍ରଧାନ, ୧୧ ଟି ୱାର୍ଡର ୱାର୍ଡ ସଭ୍ୟ ଓ ଗ୍ରାମ୍ୟ ସାଥି ମାନଙ୍କ ଉପସ୍ଥିତରେ ଏହା ଅନୁଷ୍ଠିତ ହୋଇଥିଲା।

ଏଠାରେ ପ୍ରକାଶଯୋଗ୍ୟ ଯେ, ଶ୍ରମିକ ଶ୍ରେଣୀର ଲୋକମାନେ ଦିନକୁ ଦିନ ମନରେଗା ଯୋଜନାର କାର୍ଯ୍ୟ ପ୍ରତି ବିମୁଖତା ପ୍ରକାଶ କରୁଛନ୍ତି। ଧାର୍ଯ୍ୟ ସମୟ ଭିତରେ ପ୍ରାପ୍ୟ ମିଳୁ ନ ଥିବା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଛ। ଏପଟେ କୁଶଳୀ ଓ ଅଣ ଶ୍ରମିକ ଶ୍ରମିକ ମାନେ ମନରେଗା କାର୍ଯ୍ୟରୁ ମୁହଁ ମୋଡୁଥିବା ବେଳେ ଅନେକ ଉନ୍ନୟନ କାମ ଆଗକୁ ଆଗେଇ ପାରୁ ନାହିଁ। ଯାହାଫଳରେ ଉନ୍ନୟନ କାର୍ଯ୍ୟରେ ଆଶାନୁରୂପ ବିକାଶ ସାଧନ ହୋଇ ପାରୁନାହିଁ। ସେହିଭଳି ଗ୍ରାମୀଣ ଆବାସ ଗୃହ ଯୋଜନାର ମଧ୍ୟ ଅନୁରୂପ ପରିସ୍ଥିତି ରହିଛି। ଅନ୍ୟପକ୍ଷରେ ସାଧାରଣ ଗରିବ ଦିନ ମଜୁରିଆ ମାନେ ମନରେଗା ଯୋଜନା ମାଧ୍ୟମରେ ନିଜ ଅଞ୍ଚଳରେ କିପରି ଆବଶ୍ୟକୀୟ ମୁତାବକ ରୋଜଗାର ପାଇବେ, ଆବାସ ଗୃହ ଯୋଜନାରେ ଧାର୍ଯ୍ୟ ସମୟ ମଧ୍ୟରେ ଘରଗୁଡିକା ସମ୍ପୂର୍ଣ୍ଣ ନିର୍ମାଣ ହୋଇପାରିବ ଏନେଇ ବିଷଦ ଆଲୋଚନା ହୋଇଥିବା ଜଣାପଡ଼ିଛି।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.