କେତେ ସଚେତନ ଓ କର୍ତ୍ତବ୍ୟନିଷ୍ଠ ନର୍ଲା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ କର୍ମଚାରୀ

କଳାହାଣ୍ଡି, ୨୧|୮ (ନିରଞ୍ଜନ ଗଉଡ): ନର୍ଲା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ କାର୍ଯ୍ୟଳୟ ତରଫରୁ କୁରମେଲ ଗ୍ରାମ ପଂଚାୟତର ପାଙ୍ଗା ଅଙ୍ଗନବାଡି କେନ୍ଦ୍ର ପାଇଁ କାର୍ଯ୍ୟାଳୟ ବିଜ୍ଞାପନ ପତ୍ର ସଂଖ୍ୟା ୩୮୮/୨୯.୭.୨୧ ଯୋଗେ ଅଙ୍ଗନବାଡି କର୍ମୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା l ବିଜ୍ଞାପନ ଅନୁସାରେ ଆଶୟୀ ପାର୍ଥୀନୀମାନେ ଅନଲାଇନରେ ୧୩/୮/୨୧ ସୁଦ୍ଧା ଦରଖାସ୍ତ ଆବେଦନ କରି ୧୬/୮/୨୧ରେ କାର୍ଯ୍ୟାଳୟରେ ମୂଳ ପ୍ରମାଣ ପତ୍ର ସହ ନକଲ ଚୟନ କମିଟି ଦାଖଲ କରିବା ପରେ ପାଙ୍ଗା ଅଙ୍ଗନବାଡି କର୍ମୀ ପାଇଁ ଆବେଦନକାରିଣୀ ମାନଙ୍କ ମେରିଟ ଲିଷ୍ଟ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୪୪୦/୧୬/୮/୨୧ ଯୋଗେ ପ୍ରକାଶ ପାଇ ତାହାର ଏକକିତା ନକଲ ପତ୍ର ସଂଖ୍ୟା ୪୪୧-୧୬/୮/୨୧ ଯୋଗେ ନିଜସ୍ୱ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଗ୍ରାମପଞ୍ଚାୟତ କାର୍ଯ୍ୟlଳୟ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ତହସିଲ କାର୍ଯ୍ୟାଳୟ ସହ ସମ୍ପୃକ୍ତ ଅଙ୍ଗନବାଡି କେନ୍ଦ୍ରାଞ୍ଚଳରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଛପା ଯାଇଥିଲା।ହେଲେ ଏହି ଛପା ଯାଇଥିବା ବିଜ୍ଞାପନ ଏକ ନମ୍ବରର ଜଣେ ଆଶାୟୀ ପାର୍ଥୀନୀ ରଂଜିତା ମାଝୀ ସ୍ୱାମୀ ସୁବାସ ପାତ୍ର ଜାତିରେ ଆଦିବାସୀ (ST)ହୋଇ ଥିବାବେଳେ କାର୍ଯ୍ୟାଳୟର କର୍ମଚାରୀ କଭଳି

Omkar Vasthu
Omkar Vasthu

ତାଙ୍କ ଜାତିକୁ SC ବୋଲି ଲେଖିଲେ ଓ ପ୍ରକଳ୍ପ ଅଧିକlରଣୀ ସେହି ବିଜ୍ଞାପନ ପତ୍ରରେ ସ୍ଵାକ୍ଷର କରି ବିଭିନ୍ନ କାର୍ଯ୍ୟାଳୟ ଏବଂ ସମ୍ପୃକ୍ତ ଗ୍ରାମର ଜନ ସାଧାରଣଙ୍କ ଅବଗତି କରାଇବା ପରେ ତାହା ଦେଖି ସମ୍ପୃକ୍ତ ପାର୍ଥୀନୀଙ୍କ ସ୍ୱାମୀ ସୁବାସ ପାତ୍ର ଜାତିଗତ ପ୍ରମାଣ ପତ୍ର ଦେବାସ୍ୱତେ କିଭଳି SC ହୋଇଛି ବୋଲି ଭ୍ରମ ସଂଶୋଧନ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna


ଏଭଳି ଭୁଲ ଜାଣି ଶୁଣି କରଯାଇଛି ନା ଏହା ପଛରେ ଆଉକିଛି କାରଣ ଅଛି ସେନେଇ ଚର୍ଚ୍ଚା ଆଲୋଚନା ଯୋର ଧରିଛି। ନର୍ଲା ସମ୍ମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ସିଡିପିଓ ଓ କର୍ମକର୍ତ୍ତା କେତେ ସଚେତନ ଏବଂ କର୍ତ୍ତବ୍ୟନିଷ୍ଠ ତାହା ଏହି ବିଜ୍ଞାପନ ପତ୍ରରୁ ସ୍ପଷ୍ଟ ବାରି ହୋଇ ପଡୁଛି। ଅନ୍ୟପକ୍ଷରେ ନର୍ଲା ସମ୍ମନ୍ନୀତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଦୀର୍ଘ ଆଠ ବର୍ଷ କାଳ ଏହି କାର୍ଯ୍ୟାଳୟରେ ରହି କାର୍ଯ୍ୟ କରି ଆସୁଥିବା ବେଳେ ଗତ ମାସରେ ତାଙ୍କ ଅନ୍ୟତ୍ର ବଦଳି ସ୍ୱତ୍ତ୍ୱେ ସେ ଏଠାରୁ ଯିବାକୁ ଚାହୁଁନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.