କଳାହାଣ୍ଡି, ୨୬|୮ (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଠାକୁର ଚରଣ ସାହୁ ଯୋଗ ଦେଇଥିବା ଜଣାପଡିଛି। ଏଥି ପୂର୍ବରୁ ସେ ଭବାନୀପାଟଣା ଏବିଇଓ ଭାବରେ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ। ତାଙ୍କୁ ମ.ରାମପୁର ପ୍ରାଥମିକ ଶିକ୍ଷକ ସଂଘ, ସମସ୍ତ ସିଆରସିସି ଏବଂ ଅନ୍ୟମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶ୍ରୀ ସାହୁ ମ.ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପ୍ରତିଶ୍ରୁତିବଦ୍ଧ ହେଇ ସମସ୍ତେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।





