ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

ଗୁଣୁପୁର, ୨୬|୮: ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ତଥା ରାମନାଗୁଡା ବ୍ଲକସ୍ଥିତ ରାମଗିରି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟି ଯାଇଛି। ମଧ୍ୟାହ୍ନ ସମୟରେ ଖୁବ ଜୋରରେ ବର୍ଷା ହେବା ସହ ଘଡ଼ଘଡି ହୋଇ ବଜ୍ରାଘାତ ଘଟି ୨୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ଭାସ୍କର ବିଡିକାଙ୍କ ସ୍ତ୍ରୀ ସୁନିଳା ବିଡିକା ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୧ଘଣ୍ଟା ୩୦ ମିନିଟ ସମୟରେ ନିଜ ଘରବାରି ପଛପଟର ଅଗଣାରେ ଥିବା ତେନ୍ତୁଳିଗଛକୁ ଶୌଚହେବାକୁ ଯାଇଥିବା ସମୟରେ ହଠାତ୍ ବଜ୍ରଘାତ ଘଟି ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଣାଯିବା ପରେ ଡାକ୍ତର ବି. ଭେଙ୍କେଟଶ୍ବର ପୁଷ୍ଟି ମୃତ୍ୟୁ ଘୋଷଣା କରିଥିଲେ। ଖବରପାଇବା କ୍ଷଣି ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ଗୁଣୁପୁର ପଠାଇ ଦେଇଥିବାବେଳେ ରାମନାଗୁଡା ଫାଣ୍ଡିରେ କେସ ନଂ ୧୬/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରିଥିବା ରାମନାଗୁଡା ଫାଣ୍ଡି ଅଧିକାରୀ ଶ୍ରୀ ଶ୍ରୀଚନ୍ଦନ କହିଛନ୍ତି।

ଗୁଣୁପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.