ଖଟିଆରେ ବୁହା ହେଲେ ରୋଗୀ

କଳାହାଣ୍ଡି, ୨୭|୮ (ହେମନ୍ତ ସାହୁ): ରାସ୍ତା ନ ଥିବାରୁ ଖଟିଆରେ ବୁହା ହେଲା ରୋଗୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକର ଆଦିବାସୀ ଅଧ୍ୟୁଷିତ ଲୁବେନଗଡ ପଞ୍ଚାୟତରେ। ଆଜି ଏହି ପଞ୍ଚାୟତ ଅଧିନସ୍ଥ ଟୁଡାପଡା ଗ୍ରାମର ମିନନ୍ତି ମାଝୀଙ୍କୁ ଭୀଷଣ ଜ୍ୱର ହେବାରୁ ତାଙ୍କୁ ମ.ରାମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ହେଲେ କାଉପଦର ଗାଁ ଠାରୁ ଟୁଡାପଡା ପର୍ଯ୍ୟନ୍ତ ଭଲ ରାସ୍ତା ନଥିବାରୁ ୧୦୮ ଆମ୍ବୁଲାନ୍ସ ଆସି କାଉପଦର ଗାଁରେ ଅଟକି ଥିଲା।ପରେ ମିନନ୍ତି ମାଝୀଙ୍କୁ ଗାଁ ଓ ସଂପର୍କୀୟ ଖଟ ଦୋଳା କରି ୨ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ବୋହି କାଉପଦର ଗାଁ ପାଖକୁ ନେଇଥିଲେ। ସେଠାରୁ ୧୦୮ଆମ୍ବୁଲାନ୍ମ ଯୋଗେ ମ.ରାମପୁର ଡାକ୍ତରଖାନାରକୁ ନିଆଯାଇଥିଲା। ମ.ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳର ବିଭିନ୍ନ ଗାଁରେ ଭଲ ରାସ୍ତା ନଥିବାରୁ ଅନେକ ସମୟରେ ଏଭଳି ଘଟଣା ଦେଖିବାକୁ ମିଳୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.