ଲିଙ୍ଗରାଜ ମନ୍ଦିରରେ ଲାଗିବ ରୁପା କବାଟ

● ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଏଏସ୍ଆଇ ଏବଂ ବିଏମ୍‌ସି ଟିମ୍

ଭୁବନେଶ୍ୱର, ୨୭|୮: ଲିଙ୍ଗରାଜ ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ଏଏସ୍ଆଇ ଏବଂ ବିଏମ୍‌ସି କମିଶନର ସଞ୍ଜୟ ସିଂହ । ଏହି ସମୟରେ ସମୀକ୍ଷା ପରେ ମନ୍ଦିରରୁ ସାମନ୍ୟ ପାଣି ଗଳୁଛି କିନ୍ତୁ ମନ୍ଦିର ପ୍ରତି କୌଣସି ବିପଦ ନଥିବା ନେଇ ଗଣମାଧ୍ୟମକୁ କହିଛନ୍ତି ବିଏମସି କମିଶନର । ଫନି ସମୟରେ ସିଂହଦ୍ଵାର କବାଟ ଭାଙ୍ଗିଥିଲା । ନୂଆ କବାଟ ନିର୍ମାଣ ଜୋରସୋରରେ ଚାଲିଛି । ଶିବଙ୍କ ଶକ୍ତି ଉପରେ ସାମାନ୍ୟ ଅସୁବିଧା ଅଛି । ଟେକ୍ନିକାଲ ଟିମ୍ ସହ ଆଲୋଚନା ପରେ ମରାମତି ହେବ । ମନ୍ଦିର ଭିତରେ କ’ଣ କ’ଣ ଅସୁବିଧା ଅଛି ଏବଂ ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟ କିଭଳି ହୋଇପାରିବ ଆଗକୁ ଆହୁରି ଆଲୋଚନା କରାଯିବ ବୋଲି କହିଛନ୍ତି ବିଏମସି କମିଶନର । ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ । କିନ୍ତୁ ମରାମତି ଯୋଜନାକୁ ଅନୁମୋଦନ ମିଳିଛି, କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଏଏସଆଇ ଅଧିକ୍ଷକ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି ।ଅପରପକ୍ଷରେ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି, ଆମେ ରୁପା କବାଟ ପାଇଁ ପ୍ରସ୍ତାବ ଦେଇଥିଲୁ । ଏନେଇ ସରକାର ଓ ଏଏସଆଇର ସହମତି ରହିଛି । ନାଟ୍ୟ ମଣ୍ଡପରେ ଫାଟ, ଶିବଶକ୍ତିରେ ତାର ବାଡ଼ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ, ବିଭିନ୍ନ ମନ୍ଦିରର ପାଣି ଗଳୁଥିବା ସ୍ଥିତି ନେଇ ବିଏମସି କମିସନର ଓ ଏଏସଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.