ଅଲ୍ ଇଣ୍ଡିଆ ସୈନିକ ସ୍କୁଲର ଟପ୍ ଥ୍ରୀରେ ଗୋଲାମୁଣ୍ଡା ବ୍ଲକର ପ୍ରିତେଶ

କଳାହାଣ୍ଡି, ୩୧ା୮ (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସାରଶଗୁଡା ଗ୍ରାମର ଦୟାଧର ବିହାରଙ୍କ ପୁଅ ପ୍ରିତେଶ କୁମାର ବିହାରୀ ଚଳିତ ବର୍ଷ ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷାରେ ଟପ୍ ତିନି ସ୍ଥାନରେ ଉତୀର୍ଣ୍ଣ ହୋଇ ଭୁବନେଶ୍ୱର ସୈନିକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଛନ୍ତି । କଳାହାଣ୍ଡି ଜିଲ୍ଲାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଜିଲ୍ଲାର କେବଳ ଜଣେ ହିଁ ସଫଳତା ପାଇଛନ୍ତି । ସଫଳତା ପାଇଲା ପରେ ଜିଲ୍ଲାର ଲୋକେ ତାଙ୍କୁ ଭୁରିୟଶୀ ପ୍ରଶଂସା କରିଛନ୍ତି । ଶିଳ୍ପ ଶକ୍ତି ଏମଏସଏମଇ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଉଦ୍ୟମରେ ଭବାନିପାଟଣାଠାରେ ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗରେ ଏକ ମାସ କାଳ ୨୫ ଜଣଙ୍କୁ ତାଲିମ୍ ଦେଇଥିଲେ । ମୋର ସଫଳତା ପଛରେ ମୋ ବାପା, ଶିକ୍ଷକ ଶିକ୍ଷୟତ୍ରୀ ଓ ମାନ୍ୟବର ମନ୍ତ୍ରୀ ଶ୍ରୀ ମିଶ୍ର ପୁର୍ଣ୍ଣ ସହଯୋଗ କରିଥିବାରୁ ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି ବୋଲି ପ୍ରିତେଶ ପ୍ରକାଶ କରିଛନ୍ତି । ମୁଁ ଆଗାମୀ ଦିନରେ ଭାରତୀୟ ପ୍ରଶାସନିକ ସେବାରେ ଚାକିରି କରି ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛି ବୋଲି ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.