କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ୍ ଅନ୍ତର୍ଗତ ସରିଆଁ କ୍ଲଷ୍ଟର୍ ସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଲଷ୍ଟର୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ସରିଆଁ ଉ.ପ୍ରା.ବିଦ୍ୟାଳୟର ସହକାରୀ ଶିକ୍ଷକ ଗୌରଚନ୍ଦ୍ର ବ୍ରହ୍ମା, ସୁଜିପଟା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶତୃଘ୍ନ ସ୍ୱାଇଁ, ସରିଆଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ସେବକ ଭୋଳାନାଥ ଧଙ୍ଗଡ଼ାମାଝୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ସରିଆଁ ଉ.ପ୍ରା.ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋକୁଳ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ବିଇଓ ତପିମଣି ଜାନୀ, ସରିଆଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସାଧୁରାମ ଭୋଇ, ଏବିଇଓ ସଚ୍ଚିଦାନନ୍ଦ ନାଏକ, ଏବିଇଓ ତଥା ବିଆର୍ସିସି ଜୟସେନ ନିଆଲ, ସିଆର୍ସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ, ନର୍ଲା ତହସିଲର ରାଜସ୍ୱ ସୁପର୍ଭାଇଜର୍ ବିନୋଦ ବିହାରୀ ରାଉତ, ବିଦାୟୀ ଶିକ୍ଷକ ଶ୍ରୀ ବ୍ରହ୍ମା, ପ୍ରଧାନ ସେବକ ଶ୍ରୀ ଧଙ୍ଗଡ଼ାମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ନର୍ଲା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାନେତ୍ରୀ ଦୀପାଞ୍ଜଳି ପାଢ଼ୀ, ସଂପାଦକ କିଶୋର ଭୋଇ, ବରିଷ୍ଠ କର୍ମକର୍ତ୍ତା ଅନାଦି ଚରଣ ଗିରି ଓ ଆଦିକନ୍ଦ ସାହୁ ଉପସ୍ଥିତ ରହି ବିଦାୟୀ ଶିକ୍ଷକ ଓ ପ୍ରଧାନ ସେବକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଚିଆଁପଦର ଉ.ପ୍ରା.ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗଦୀଶ ପ୍ରସାଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କ୍ଲଷ୍ଟର୍ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।