ଡାଏଟ୍-ସିଆରସିସି ସମ୍ପର୍କ ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ଼, ୪|୯: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ କଦମଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଡାଏଟ୍-ସିଆରସିସି ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷଣ ଫଳାଫଳ, ପିଲାଙ୍କ ପ୍ରାରମ୍ଭିକ ଭାଷାଗତ ଓ ସଂଖ୍ୟାତ୍ମକ ଅବବୋଧ (ଏଫ୍ଏଲ୍ଏନ୍) ଜାତୀୟ ଶିକ୍ଷା ନୀତି-୨୦୨୦ ଆଦି ପ୍ରସଙ୍ଗରେ କର୍ମଶାଳା ଆୟୋଜିତ ହୋଇଥିଲା। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଜୀବ କୁମାର ନାଏକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଲୋଚନ ସୁନା, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡାଏଟ୍) କଳାହାଣ୍ଡିର ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା, ସାଥ-ଇ ବ୍ଲକ୍ ମେନେଜର୍ ଶିର୍ଜା ମିତ୍ର ଠାକୁର, ସୁଧୀର ନାଏକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu


ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ଲାଞ୍ଜିଗଡ଼ ରୋଡ଼ ଓ ମସ୍କାଗୁଡ଼ା ସିଆରସିସି ପ୍ରକାଶ ଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ। ବୈଠକରେ ଭଟାଙ୍ଗପଦର ସିଆରସିସି ଭାରତ ଭୂଷଣ ସାହୁ, ବିଶ୍ଵନାଥପୁର ସିଆରସିସି ବିଜୟ ରାୟ, ଲାଞ୍ଜିଗଡ଼ ସିଆରସିସି ଏମ୍ ସୁନ୍ଦର ଶେଖର, ପେଙ୍ଗସୁର ସିଆରସିସି ଗୁରୁଗୋବିନ୍ଦ ମହାନ୍ତି, ଚମ୍ପାଦେଇପୁର ସିଆରସିସି ସୌଭାଗ୍ୟ ସାହୁ, ବନ୍ଧପାରୀ ସିଆରସିସି ତ୍ରିନାଥଶ୍ୟାମ କୁମାର, କାନକୁଟ୍ରୁ ସିଆରସିସି ଗୌରବ ନାଏକ, ବିଜେପୁର ସିଆରସିସି ଜଗଦୀଶ ପୁଟା, ହରେକୃଷ୍ଣପୁର ସିଆରସିସି ଜ୍ୟୋତିର୍ମୟୀ କାଞ୍ଚନବାଳା ମହାରଣା, ମାଳିଯୁବାଙ୍ଗ ସିଆରସିସି ପରମେଶ୍ବର ନାଏକଙ୍କ ସମେତ ଏଫ୍ଏଲ୍ଏନ୍ ଦାୟିତ୍ୱରେ ଥିବା ଲାଞ୍ଜିଗଡ଼ ରୋଡ଼, ମସ୍କାଗୁଡ଼ା ଓ ଗୋବର୍ଦ୍ଧନପୁର କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.