ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ : ଟପ୍ ଟେନ୍ ରେ ପ୍ରଗତି ମହାବିଦ୍ୟାଳୟର ୧୧ ଛାତ୍ରଛାତ୍ରୀ

ଭବାନୀପାଟଣା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ +୩ ସ୍ନାତକ ପରୀକ୍ଷାରେ ଭବାନୀପାଟଣା ସହର ନିକଟସ୍ଥ ପ୍ରଗତି +୩ ମହାବିଦ୍ୟାଳୟ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛି । ଚଳିତ ବର୍ଷ +୩ ସ୍ନାତକ ବିଜ୍ଞାନ ଶେଷ ପରୀକ୍ଷାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ୧୦ ସ୍ଥାନରେ ପ୍ରଗତି ମହାବିଦ୍ୟାଳୟର ୧୧ ଜଣ ଛାତ୍ରଛାତ୍ରୀ  ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେମାନଙ୍କ ମଧ୍ୟରେ ଉଦ୍ଭିଦ ବିଜ୍ଞାନରେ ଇପ୍ସିତା ପଣ୍ଡା (୭ମ ସ୍ଥାନ), ପ୍ରମିଳା ମୁନି (୮ମ ସ୍ଥାନ), ରାସାୟନିକ ବିଜ୍ଞାନରେ ନମିତା ସାହୁ (୩ୟ ସ୍ଥାନ), କମ୍ପ୍ୟୁଟର ସାଇନ୍ସରେ କ୍ରିଷ୍ଣା ମୁଣ୍ଡ (୨ୟ ସ୍ଥାନ), ବିଶ୍ଵରୂପା ବେହେରା (୬ଷ୍ଠ ସ୍ଥାନ), ଗଣିତରେ ବୈଶାଳୀ ପ୍ରଧାନ (୨ୟ ସ୍ଥାନ), ପ୍ରୀତିନନ୍ଦା ମେକାପ (୬ଷ୍ଠ ସ୍ଥାନ), ଅନୀଲ କୁମାର ସା (୧୦ମ ସ୍ଥାନ), ପଦାର୍ଥ ବିଜ୍ଞାନରେ ପ୍ରଣତ କୁମାର ପଣ୍ଡା (୩ୟ ସ୍ଥାନ) ଏବଂ ପ୍ରାଣୀ ବିଜ୍ଞାନରେ ଝରଣା ସିକା (୨ୟ ସ୍ଥାନ), ଉଦିତ କୁମାର ଦାସ (୩ୟ ସ୍ଥାନ)ରେ ରହି କୃତକାର୍ଯ୍ୟ ହୋଇଛନ୍ତି । ଏହା ସହିତ ବିଗତ ଦଶ ବର୍ଷ ଧରି ପ୍ରଗତି ଶିକ୍ଷାନୁଷ୍ଠାନ ପ୍ରତିବଦ୍ଧ ହୋଇ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ଜାରି ରଖିବା ସହ ଏକ ଉନ୍ନତ ମାନର ଶିକ୍ଷା ଦେବାରେ ସକ୍ଷମ ହୋଇ ପାରିଛି । ବିଗତ ପାଞ୍ଚ ବର୍ଷ ଧରି ପ୍ରଗତି +୩ ମହାବିଦ୍ୟାଳୟ ପଶ୍ଚିମ ଓଡ଼ିଶାରେ ଅନବରତ ଭାବରେ ଅପୂର୍ବ ସଫଳତା ହାସଲ କରିବା ସହ ବର୍ତ୍ତମାନ ସମୟରେ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ରାଜ୍ୟ ଓ ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ପରୀକ୍ଷା ମାନଙ୍କରେ କୃତକାର୍ଯ୍ୟ ହୋଇ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କରେ କାର୍ଯ୍ୟରତ ରହି ନିଜକୁ ସୁଦୃଢ କରି ପାରିଛନ୍ତି । ଚଳିତ ବର୍ଷର ଉକ୍ତ ଫଳାଫଳକୁ ନେଇ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା ଓ ଅଧ୍ୟକ୍ଷ ଜଗନ୍ନାଥ ତ୍ରିପାଠୀ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତ କୃତି ଛାତ୍ରଛାତ୍ରୀ ତଥା ଅଭିଭାବକ ଓ ଅଭିଭାବିକାମାନଙ୍କୁ ଅଭିନନ୍ଦନ ଜଣେଇଛନ୍ତି । ସେହିଭଳି ପ୍ରଗତି ଅନୁଷ୍ଠାନର ଚେୟାର ପରଶନ ସୁଶ୍ରୀ ସଂଗୀତା ପଣ୍ଡା ଉକ୍ତ ଫଳାଫଳରେ ସନ୍ତୁଷ୍ଟ ହୋଇ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଶ୍ରେୟ ଦେଇ ଆଗାମୀ ଦିନ ମାନଙ୍କରେ କଳାହାଣ୍ଡି ଜିଲ୍ଲା ଶିକ୍ଷା କ୍ଷେତ୍ରରେ ପଛୁଆ ନରହି କିଭଳି ଭାବରେ ଆଗକୁ ବଢିବ ସେଥି ନିମନ୍ତେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.