ବିଭିନ୍ନ ଗ୍ରାମକୁ ଭୁ-ବନ୍ଦୋବସ୍ତ କରି ପଟ୍ଟା ପ୍ରଦାନ କରିବା ଦାବିରେ କିଷାନ ସଂଘର ଦାବି ପତ୍ର

କଳାହାଣ୍ଡି, ୪|୯ (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲର ମାନଝରୀ, ଗୋଳାମୁଣ୍ଡା, ଧାମନପୁର, ବୃନ୍ଦାବାହାଲ, ଚିଲଗାଁ ଓ ଡୁକରିପଡା ଗ୍ରାମ ଗୁଡିକ ଦୀର୍ଘ ୭୦ ବର୍ଷ ହେଲା ଆଜି ପର୍ଯ୍ୟନ୍ତ ଜମି ଗୁଡିକ ଭୂ-ବନ୍ଦୋବସ୍ତ ହୋଇ ପାରି ନାହିଁ । ଯାହା ଫଳରେ ଏହି ଗ୍ରାମ ଗୁଡିକର ଜନସାଧାରଣ ଓ ଚାଷୀ ମାନେ ସରକାରୀ ସୁବିଧା ସୁଯୋଗର ଲାଭ ଉଠାଇ ପାରୁ ନାହାନ୍ତି । ଅନ୍ୟ ପଟେ ବିଭିନ୍ନ ସମୟମାନଙ୍କରେ ସ୍ଥାୟୀ ପଟ୍ଟା ନ ଥିବାରୁ କୌଣସି ପ୍ରକାର ବ୍ୟାଙ୍କ ମାନଙ୍କ ଠାରୁ ଋଣ ଶଷ୍ୟବୀମା କରିପାରୁ ନାହାନ୍ତି ଓ ବର୍ତ୍ତମାନ ଏହି ଗ୍ରାମ ଗୁଡିକର ରେକର୍ଡ ୧୯୫୫-୫୬ ମସିହାର ରହିଥିବାରୁ ପାରିବାରିକ ଗଣ୍ଡଗୋଳ ମଧ୍ୟ ହେଉଛି ବୋଲି ଜଣେଇଛନ୍ତି । ତେଣୁ ଏହି ସବୁ ଗ୍ରାମକୁ ଭୂ- ବନ୍ଦୋବସ୍ତ କରି ତୁରନ୍ତ ପଟ୍ଟା ପ୍ରଦାନ ଦାବିରେ ଆଜି ଗୋଲାମୁଣ୍ଡା ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଗୋଲାମୁଣ୍ଡା କିଷାନ ସଂଘର ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ଦାବି ପତ୍ର ପ୍ରଦାନ କରାଯାଇଅଛି । ଦାବି ପତ୍ର ଦେବା ସମୟରେ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ ସୁବାଷ ରାଉତ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ମିଳନ କୁମାର ମୁଣ୍ଡ , ଡମ୍ବୃଧର ନାଏକ, ରୁମାଞ୍ଚଳ ସାହୁ, ଗଙ୍ଗାଧର ମୁଣ୍ଡ,ପିତାମ୍ବର ଖର୍ସେଲ ଓ ଟଙ୍କଧର ମେହେର ପ୍ରମୁଖ ସହିତ ଶତାଧିକ ଲୋକ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.