ନର୍ଲା ମୁଖ୍ୟ ରାସ୍ତାରେ ଗୋରୁପଲଙ୍କ ଭିଡ, ଅଣାୟତ୍ତ ଟ୍ରାଫିକ ସମସ୍ୟା

● ନିଜ ଗାଈଗୋରୁଙ୍କୁ ଆୟତ୍ତରେ ରଖିବା ପାଇଁ ସରପଞ୍ଚଙ୍କ ଅନୁରୋଧ

କଳାହାଣ୍ଡି, ୫|୯ (ଲିଙ୍ଗରାଜ ମିଶ୍ର): ନର୍ଲା ବସଷ୍ଟାଣ୍ଡ ମୁଖ୍ୟ ବଜାର ଏବେ ବ୍ୟସ୍ତ ବହୁଳ । ନର୍ଲା ଦେଇ ଭବାନୀପାଟଣା ଭୁବନେଶ୍ୱର ରାଜ୍ୟ ରାଜପଥ ଯାଇଥିବା ବେଳେ ମୁଖ୍ୟ ରାସ୍ତା ଉପରେ ଥାନା ସମ୍ମୁଖ, ବସଷ୍ଟାଣ୍ଡ ଓ ବ୍ଲକ୍ ସମ୍ମୁଖରେ ପ୍ରତ୍ୟହ ଗାଇ, ଗୋରୁଙ୍କ ଭିଡ ପରିଲକ୍ଷିତ ହେଉଛି । ସହଯେତ ନର୍ଲା ବସଷ୍ଟାଣ୍ଡ ଠାରେ ନର୍ଲା ମୁଖ୍ୟ ବଜାର ଓ କମ୍ପ୍ଲେକ୍ସ ସବୁ ରହିଥିବା ବେଳେ ବିଭିନ୍ନ ସାମଗ୍ରୀର ଉଠା ଦୋକାନୀ, ଫଳ ବ୍ୟବସାୟୀଙ୍କ ଭିଡ ସାଙ୍ଗକୁ ଚା, ପାନ ଜଳଖିଆ ଦୋକାନ ସବୁ ରହିଛି । ସଂଧ୍ୟା ୫ ଘଣ୍ଟା ସମୟରୁ ନର୍ଲା ବସଷ୍ଟାଣ୍ଡ ମାର୍କେଟରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥାଏ । ବିଭିନ୍ନ ଦ୍ରବ୍ୟର ବଜାର ପାଇଁ ଆସିଥିବା ଗ୍ରାହକଙ୍କ ଦୁଇ ଚକିଆ ଓ ଚାରି ଚକିଆ ଯାନ ବାହନ ର ପାର୍କିଂ ଯୋଗୁଁ ରାସ୍ତା ଦୁଇକଡ ଜାମ୍ ରହୁଥିବା ବେଳେ ଅଟୋରିକ୍ସା ଏବଂ ଚାରି ଚକିଆ ଭଡାଗାଡି ସବୁ ମଧ୍ୟ ପାର୍କିଂ କରିଥାନ୍ତି ଏହି ବଜାର ସମ୍ମୁଖରେ । ଏ ସବୁକୁ ନେଇ ଯାହା ଭିଡ ରହିଥାଏ । ଫଳରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ମୁଖ୍ୟ ସଡକ ବସଷ୍ଟାଣ୍ଡ ରେ ବୁଲା ଗାଇ, ଗୋରୁଙ୍କ ଭିଡ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି । ଆଗରୁ ବୁଲା ଗୋରୁଙ୍କୁ ଆୟତଃ କରି ଗୋରୁ ମାଲିକଙ୍କୁ ଏ ନେଇ ଜୋରିମାନା ର ବ୍ୟବସ୍ଥା କରାଯାଉଥିଲା । ଏବେ ଏସବୁ ବ୍ୟବସ୍ଥା ଉଚ୍ଛେଦ ହୋଇଯାଇଥିବାରୁ ଗୋରୁ ମାଲିକ ମାନେ ମଧ୍ୟ ନିଜ ଗୋରୁ ସବୁଙ୍କୁ ଖୋଲା ଛାଡିଦେଇ ବିନ୍ଦାସରେ ରହୁଛନ୍ତି ।

Omkar Vasthu
Omkar Vasthu


ମୁଖ୍ୟ ରାସ୍ତାରେ ବୁଲା ଗାଇ, ଗୋରୁଙ୍କ ଭିଡ ଯୋଗୁଁ ଉପୁଜୁଥିବା ଟ୍ରାଫିକ ସମସ୍ୟା ବିଷୟରେ ନର୍ଲା ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ଚିରଞ୍ଜିବୀ ଗୌଡିଆଙ୍କ ମତାମତ ନେବାରୁ ସେ କହିଲେ ଏସବୁର ତୁରନ୍ତ ସମାଧାନ କରାଯିବ । ମୁଁ ମଧ୍ୟ ଏ ନେଇ ନିଷ୍ପତି ନେଇ ସାରିଛି । ଗୋରୁ ସବୁ ଯାହାର ବି ହୋଇଥାଉନଉ କାହିଁକି ଏଣୁ ଏଣିକି ନିଜ ନିଜ ଗୋରୁଙ୍କୁ ଆୟତ୍ତ କରିବା ପାଇଁ ଗୋରୁ ମାଲିକ ମାନେ ଯଦି ସଜାଗ୍ ନହେବେ ତାହେଲେ ସେମାନଙ୍କୁ ଏଣିକି ଜୋରିମାନା ଭରି ସେମାନଙ୍କ ଗୋରୁ ସବୁକୁ ମୁକୁଳାଇବାକୁ ପଡିବ । ମୁଖ୍ୟ ରାସ୍ତା ଉପରେ ଦିନ ରାତି ବୁଲୁଥିବା ଗୋରୁ ମାନଙ୍କ ମାଲିକ ମାନଙ୍କୁ ଅନୁରୋଦ କରୁଛି ନିଜ ନିଜ ଗାଇ, ଗୋରୁଙ୍କୁ ଗୁହାଳରେ ବାନ୍ଧିକି ରଖନ୍ତୁ । ନହେଲେ ଖୁବ୍ ଶୀଘ୍ର ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ବାଧ୍ୟ ହେବୁ ବୋଲି ନର୍ଲା ସରପଞ୍ଚ ଶ୍ରୀ ଗୌଡିଆ ସୂଚନା ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.