ଲାଞ୍ଜିଗଡ଼, ୬|୯: କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଲାଞ୍ଜିଗଡ଼ ବ୍ଲକର ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ମହିଳା ଜଣକ ହେଉଛନ୍ତି ବନ୍ଧପାରୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡଙ୍ଗରି ଗାଁର ଚିରେନ୍ ତାଣ୍ଡି। ସେ କର୍କଟ ରୋଗରେ ପିଡିତ ହୋଇ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅର୍ଥାଭାବ ଯୋଗୁଁ ପରିବାର ଲୋକେ ଘରକୁ ଶବ ଫେରାଇ ଆଣିପାରୁନାହାନ୍ତି। ଏ ସମ୍ପର୍କରେ ସେମାନେ ସ୍ଥାନୀୟ ନେତା, ପ୍ରଶାସନ ତଥା ବଦାନ୍ୟବ୍ୟକ୍ତି ମାନଙ୍କୁ ଅନୁରୋଧ କରିଥିଲେ ହେଁ ବର୍ତମାନ ପର୍ଯ୍ୟନ୍ତ ଶବ ଫେରି ପାରିନଥିବା ଜଣାପଡ଼ିଛି। ତେବେ ନିଜ ଆଡୁ ସେମାନେ ଏକ ପ୍ରାଇଭେଟ୍ ଆମ୍ବୁଲାନ୍ସ ଯୋଗାଡ଼ କରି ଶବ ଆଣିବାକୁ ଚେଷ୍ଟା ଜାରି ରଖିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ମାଳ ମାଳ ଯୋଜନା ସତ୍ବେ ଜଣେ ଗରିବ କର୍କଟ ରୋଗୀଙ୍କ ଶବ ଗାଁକୁ ଫେରି ପାରୁନଥିବା ବିଡମ୍ବନାର ବିଷୟ ବୋଲି ଲାଞ୍ଜିଗଡ଼ ବ୍ଲକ୍ କଂଗ୍ରେସ ସଭାପତି ହରିହର କୁମାର ପ୍ରକାଶ କରିଛନ୍ତି।
ଲାଞ୍ଜିଗଡ଼ରୁ ଦୁଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in