ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ଅନଲାଇନ କବିତା ଆସର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଖୋର୍ଦ୍ଧା, ୬|୯: ଖୋର୍ଦ୍ଧା ସ୍ଥିତ ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ‘ନିଶିଗନ୍ଧା ଭାଷା ପ୍ରତିଷ୍ଠାନ’ ପକ୍ଷରୁ ଆଭାସୀ ଜରିଆରେ ଗୁରୁଦିବସ ପାଳନ ଏବଂ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମନାଦରୁ ସଭା ଆରମ୍ଭ ହୋଇଥିଲା। କରୁଣା କର ଘଣ୍ଟୁଆଳ ଓ ପଣ୍ଡିତ ନାରାୟଣ ରଥ ଭଜନ ପରିବେଷଣ କରିଥିବା ବେଳେ ଯୁଧିଷ୍ଠିର ମୁଦିଲି ଅତିଥିଙ୍କୁ ସ୍ୱାଗତ ଜଣେଇଥିଲେ। ଏଥିରେ ଡାକ୍ତର ରଶ୍ମିରଂଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ନିଜ ଅଭିଭାଷଣ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ଗଣେଶ୍ୱର ସ୍ୱାଇଁ ଉପସ୍ଥିତ ରହି ଗୁରୁ ଶିଷ୍ୟଙ୍କ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥିଙ୍କ ଅଭିଭାଷଣ ନିଶିଗନ୍ଧା ରାଜ୍ୟ ସଭାପତି ଡ଼ଃ. ରଜନୀ ରଞ୍ଜନ ଦାଶ ପ୍ରଦାନ କରିଥିବା ବେଳେ ସଭାପତିଙ୍କ ବକ୍ତବ୍ୟ ଗୋବିନ୍ଦ ଚନ୍ଦ୍ର ଫାରକ ରଖିଥିଲେ। ଗଗନ ବିହାରୀ ସ୍ୱାଇଁ ଭଜନ ପରିବେଷଣ କରିଥିଲେ। ଏହି କବିତା ଆସର ପରିଚାଳନା ଅନସୂୟା ଦେବତା କରିଥିଲେ। କବିତା ଆସରରେ ଜଗତସିଂହପୁରରୁ ପୁଷ୍ପଲତା ସାହୁ, ମାଧବ ମହାରଣା, ହରିଦ୍ୱାରରୁ ବିଜଶ୍ରୀ ନାଥ, ଚାନ୍ଦବାଲିରୁ ନିରୁପମା ପାଣି, ଖୋର୍ଦ୍ଧାରୁ ଅକ୍ଷୟ ମହାନ୍ତି, କନ୍ଧମାଳରୁ ନିରୋଦ ଜେନା, କୈଳାସଚନ୍ଦ୍ର ବେହେରା, ବାଲେଶ୍ୱରରୁ ଗଣେଶ ଚନ୍ଦ୍ର ଜେନା, ପୁରୀରୁ ରୁକେୟା ଜବିନ, କୋରାପୁଟରୁ ତ୍ରିନାଥ ପଟ୍ଟନାୟକ, ନୟାଗଡରୁ ଜ୍ୟୋତିରଞ୍ଜନ ଦାସ, ଭୁବନେଶ୍ୱରରୁ ସୁଷମା ମଞ୍ଜରୀ ମିଶ୍ର ପ୍ରମୁଖ ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ରୁ ଉର୍ଦ୍ଧ କବି ଓ କବୟିତ୍ରୀ ଯୋଗ ଦେଇଥିଲେ। ଶ୍ରେଷ୍ଠ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଭାର ନିରୋଦ ଚନ୍ଦ୍ର ଜେନା ନେଇଥିଲେ। ପ୍ରଥମ ଭାଗ କବିତା ପାଠ ପରେ ପ୍ରତିଷ୍ଠାତା ବଳରାମ ତରାଇ ତାଙ୍କ ଅଭିଭାଷଣ ରଖିଥିଲେ। ଏହି ଅବସରରେ ଅନେକ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ‘ଶ୍ରେଷ୍ଠ ଶିକ୍ଷକ’ ସମ୍ମାନରେ ଭୂଷିତ କରାଯାଇଥିଲା। ଦ୍ୱିତୀୟ ଭାଗ କବିତା ପାଠ ପରେ ପୁଣି ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସରସ୍ବତୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.