ବନ୍ଧପାରି ସିଆରସିସି ତ୍ରିନାଥଶ୍ୟାମ କୁମାର ସମ୍ବର୍ଦ୍ଧିତ

ଲାଞ୍ଜିଗଡ଼, ୬|୯: କର୍ଲାମୁଣ୍ଡା ବ୍ଲକର ତେରେସିଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆୟୋଜିତ ଗୁରୁଦିବସ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଛନ୍ତି ଶିକ୍ଷକ ତ୍ରିନାଥ ଶ୍ୟାମ କୁମାର। କଳାହାଣ୍ଡି ଜିଲ୍ଲା ପ୍ରାଥମିକ ସିଟି ଫେଡରେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ମୁଖ୍ୟ ବକ୍ତା ସତ୍ୟନାରାୟଣ ମୁଣ୍ଡଛିନା ଶ୍ରୀ କୁମାରଙ୍କୁ ମାନପତ୍ର, ଶାଲ ପ୍ରଦାନ କରିଛନ୍ତି।

Omkar Vasthu
Omkar Vasthu


ସେ ବର୍ତ୍ତମାନ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ପେଙ୍ଗସୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକତା କରିବା ସହ ବନ୍ଧପାରି କ୍ଳଷ୍ଟର ସିଆରସିସି ଭାବେ କାର୍ଯ୍ୟରତ। ଶ୍ରୀ କୁମାର ଶିକ୍ଷାଦାନ ସହ କବିତା ଲେଖିବା ଓ ଗୀତ ଗାଇବା ରେ ରୂଚି ରଖନ୍ତି। ତାଙ୍କ ଶିକ୍ଷକତାରେ ଏଯାବତ୍ ଅନେକ ଗୁଡ଼ିଏ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ମିଳିବା ସହ ନବୋଦୟ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖିବାରେ ସକ୍ଷମ ହୋଇପାରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହାସହ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନଙ୍କୁ ଅଂଶ ଗ୍ରହଣ କରାଇ କୃତିତ୍ୱ ହାସଲ କରାଇବାରେ ସହାୟକ ହୋଇଛନ୍ତି। ଶ୍ରୀ କୁମାରଙ୍କ ଏହି ସଫଳତାରେ ଲାଞ୍ଜିଗଡ଼ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.