କଳାହାଣ୍ଡି, ୬|୯(ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଚିଚିଆ ଗ୍ରାମରେ ବଜ୍ରଘାତରେ ଜଣଙ୍କର ମୃତ୍ଯୁ ହୋଇଥିବା ଜଣାପଡିଛି । ନରେନ୍ଦ୍ର ଭାଟି (୩୩) ନିଜର ଗାଇ ବଳଦ ଚରାଇ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ବଜ୍ରଘାତ ହେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହେଇଛି ।
ଗୋଲାମୁଣ୍ଡା ଥାନା ଓ ଦଶପୁର ଫାଣ୍ଡି ଉପସ୍ଥିତ କ୍ରମେ ଧର୍ମଗଡ ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି । ବଜ୍ରଘାତରେ ମୃତ୍ଯୁ ହେଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରିବାର ପକ୍ଷରୁ ଦାବି ହେଇଛି ।