ଆଗକୁ ନୂଆଖାଇ: ଲାଞ୍ଜିଗଡ଼ରେ ମିଳିବନି ଛେଟ୍’କା ଧାନ!

ଲାଞ୍ଜିଗଡ଼, ୮|୯: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ମହାନ ଗଣ ପର୍ବ ‘ନୂଆଖାଇ’ ଆସିବାକୁ ଆଉ ତିନି ଦିନ ବାକି ରହିଲା। କରୋନା ସଂକଟ ଓ ମରୁଡ଼ି ପରିସ୍ଥିତି ସତ୍ୱେ ମଧ୍ୟ ପରମ୍ପରା ରକ୍ଷା ନିମନ୍ତେ ପାଳିତ ହେବ ଏହି ମହାପାର୍ବଣ। ତେବେ ପୂର୍ବ ବର୍ଷମାନଙ୍କ ପରି ଏଥର ନୂଆଖାଇର ଉତ୍ସାହ ପରିଲକ୍ଷିତ ହେଉନାହିଁ। ଗତବର୍ଷ କରୋନା କଟକଣା ଥିବାବେଳେ ଏବର୍ଷ ଜନସାଧାରଣଙ୍କୁ ଘାରିଛି ମରୁଡ଼ି ଭୟ। ତେଣୁ ପରମ୍ପରା ରକ୍ଷା ବ୍ୟତୀତ ଲୋକେ ନୂଆଖାଇର ପ୍ରକୃତ ମଜା ନେଇପାରିବେ ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ତେବେ ଯେତେଯାହା ହେଲେବି ବର୍ଷକୁ ଥରେ ନୂଆଖାଇ ଆସୁଥିବାରୁ ଲାଞ୍ଜିଗଡ଼ ବ୍ଲକର ଗ୍ରାମାଞ୍ଚଳ ଚଳ ଚଞ୍ଚଳ ହୋଇ ଉଠିଛି। ମହିଳାମାନେ ବି ଘର ସଫାସୁତୁରା କରିବା ଆରମ୍ଭ କରିଦେଲେଣି। ନୂତନ ଫସଲ ଇଷ୍ଟ ଦେବଦେବୀଙ୍କ ଠାରେ ଲାଗିଲା ପରେ ନବାନ୍ନ ଭକ୍ଷଣ କରାଯିବ। ବ୍ଲକର ଲାଞ୍ଜିଗଡ଼ ସହର ଓ ବିଶ୍ବନାଥପୁର ସମେତ ପାର୍ଶ୍ଵବର୍ତ୍ତି କେତେକ ଗାଁରେ ପରମ୍ପରା ଅନୁଯାୟୀ ଦଶମୀ ତିଥିରେ ନବାନ୍ନ ଭକ୍ଷଣ କରାଯାଉଥିବାବେଳେ ଅନ୍ୟାନ୍ୟ ଗ୍ରାମରେ ପଞ୍ଚମୀ ତିଥିରେ ନୂଆଖାଇ ପାଳିତ ହୋଇଥାଏ। ତେବେ ଚଳିତ ବର୍ଷ ଲାଞ୍ଜିଗଡ଼ ବ୍ଲକରେ ଦେଖାଦେଇଥିବା ମରୁଡି ପରିସ୍ଥିତି ଯୋଗୁଁ ନୂଆଁଖାଇ ଫିକାପଡିବା ଆଶଙ୍କା ପ୍ରକାଶ ପାଇଛି। ନୂଆଁଖାଇର ମୁଖ୍ୟ ଦ୍ରବ୍ୟ ହେଉଛି ‘ଛେଟ୍’କା ଧାନ’ ବା ‘ସରିଆ ଧାନ’। ଏହି ଧାନରୁ ପ୍ରସ୍ତୁତ ଚୁଡା ଓ ଅନ୍ୟାନ୍ୟ ଦ୍ରବ୍ୟକୁ ଇଷ୍ଟଦେବାଦେବୀ ଓ ପିତୃପୁରୁଷଙ୍କ ପାଖରେ ସମର୍ପଣ କରି ନୂଆଖିଆ ଯାଇଥାଏ। ତେବେ ଏବର୍ଷ ଯେଉଁ ଆଡ଼କୁ ଚାହିଁଲେ ଖାଲି ଖାଲି। ଛେଟ୍’କା ଧାନ ବା ସରିଆ ଧାନ ଚାଷ ହେଉଥିବା ଜମି ପଡ଼ିଆ ପଡ଼ିଛି। ତେଣୁ କେଉଁଠୁ ଧାନ ଆଣି ଦେବାଦେବୀଙ୍କୁ ପୂଜା କରିବେ ସେନେଇ ଲୋକଙ୍କ ମଧ୍ୟରେ ଭାଳେଣୀ ପଡ଼ିଥିବା ଦେଖିବାକୁ ମିଳିଛି। ପାଣିନୀଙ୍କ ଅଷ୍ଟାଧ୍ୟାୟୀରେ ବର୍ଣ୍ଣିତ ‘ଷଷ୍ଠୀକା’ ଧାନ ହେଉଛି ଛେଟ୍’କା (ବା) ସରିଆ ଧାନ। ଏହା ୬୦ ଦିନରେ ଅମଳ ହେଉଥିବାରୁ ଏହାକୁ ଷଷ୍ଠୀକା ମଧ୍ୟ କୁହାଯାଇଥାଏ। ତେବେ ବର୍ତ୍ତମାନର ସମୟରେ ଏହି ଧାନ ଅମଳ ହେବାକୁ ୭୫ ରୁ ୯୦ ଦିନ ଲାଗି ଯାଉଛି। ସାଧାରଣତଃ ଆଟ ଓ ମାଳ କିସମ ଜମିରେ ଚାଷ ହେଉଥିବା ଏହି ଧାନ ଶ୍ରାବଣ ମାସ ଶେଷରୁ ଆରମ୍ଭ ହୋଇ ଭାଦ୍ରବ ମାସ ଆରମ୍ଭରେ ଅମଳ ହେଇଥାଏ। ଫଳରେ ନୂଆଁଖାଇ ବେଳକୁ ଲୋକଙ୍କ ପାଖରେ ନୂଆ ଧାନ ମହଜୁଦ ରହି ଚୁଡା ମଧ୍ୟ ପ୍ରସ୍ତୁତ ହୋଇଥାଏ। ହେଲେ ଚଳିତ ବର୍ଷ ସ୍ଥିତି ଭିନ୍ନ ରହିଛି। ଚାଷୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ସରିଆ ଧାନ ବୁଣା ସମୟରେ ଜମି ଶୁଖିଲା ପଡିଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ଲଙ୍ଗଳରେ ଚାଷ କରିବା ସମ୍ଭବ ନଥିଲା। ଜୁଲାଇ ଶେଷ ସପ୍ତାହରେ ବର୍ଷା ହେଲା ବେଳକୁ ଧାନ ବୁଣିବା ସମୟରେ ଅତିବାହିତ ହୋଇଯାଇଥିଲା। ଫଳରେ ଲୋକେ ସରିଆଁ ଧାନ ଚାଷ କରିପାରିନଥିଲେ। ସବୁ ଜମିରେ ଅନାବନା ଘାସ ଉଠି ମରୁ ଅଞ୍ଚଳ ଭଳି ପଡ଼ିରହିଛି। ତେବେ ଯଦି ଆଖପାଖ କେଉଁଠି ଏହି ଧାନ ମିଳେ ତେବେ ସେଥିରେ ନୂଆଖାଇ ହେବ ବୋଲି ମତବ୍ୟକ୍ତ କରିଛନ୍ତି ଜନତା।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.