ନର୍ଲାର କାର୍ଯ୍ୟରତ ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କୁ ଅଶାଳିନ ବ୍ୟବହାର, ଥାନାରେ ମାମଲା

କଳାହାଣ୍ଡି, ୯|୯ (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କୁ ଜଣେ ବ୍ୟକ୍ତି ଦୁର୍ବ୍ୟବହାର କରିଥିବା ମାମଲା ଥାନାରେ ପହଞ୍ଚିଛି। ପ୍ରାପ୍ତ ସୂଚନାନୁଯାୟୀ, ସାମ୍ବାଦିକ ରଞ୍ଜନ ମହାନ୍ତି କଳାହାଣ୍ଡି ଜିଲ୍ଲା ଶିଳ୍ପ କେନ୍ଦ୍ରର କେତେକ ତଥ୍ୟ ସୂଚନା ଅଧିକାର ଆଇନ (ଆର୍.ଟି.ଆଇ.) ବଳରେ ମାଗିଥିଲେ। ଏହାକୁ ବିଭ୍ରାନ୍ତ କରିବା ପାଇଁ ନର୍ଲାର ବିକ୍ରମ ଅଗ୍ରଓ୍ବାଲ ରଞ୍ଜନ ମହାନ୍ତିଙ୍କୁ ଫୋନ କରି ଅଶାଳିନ ଶବ୍ଦ ବ୍ୟବହାର କରିବାସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଶ୍ରୀ ମହାନ୍ତି ବୁଧବାର ରାତିରେ ନର୍ଲା ଥାନାରେ ଅଭିଯୋଗ କରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ବିକ୍ରମ ଅଗ୍ରଓ୍ବାଲଙ୍କ ପୁଅ ଦୀପକ ଅଗ୍ରଓ୍ବାଲ ଭବାନୀପାଟଣା ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ରରେ ମ୍ୟାନେଜର ଭାବେ କାର୍ଯ୍ୟନିର୍ବାହ କରୁଛନ୍ତି। ତେବେ ପୁଅ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟରୁ ତଥ୍ୟ ମାଗିଲେ ବାପ ବିକ୍ରମ ଅଗ୍ରଓ୍ବାଲ କାହିଁକି ସାମ୍ବାଦିକଙ୍କ କଣ୍ଠରୋଧ କରିବାକୁ ଚାହୁଁଛନ୍ତି ସେନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହାକୁ ନେଇ ନର୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପ୍ରକାଶ ପାଇବାସହ ଦୋଷୀଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି। ଏହାସହ ଅନେକ ସମୟରେ ସାମ୍ବାଦିକମାନଙ୍କୁ ଦୁର୍ବବ୍ୟବହାର ଓ ଆକ୍ରମଣ ଘଟଣା ଘଟି ଚାଲିଥିବାରୁ ରାଜ୍ୟ ସରକାର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ୟୁନିୟନ ନିବେଦନ କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.