ଲାଞ୍ଜିଗଡ, ୮|୯: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି। ସ୍ୱଚ୍ଛତା ପକ୍ଷ ଅନ୍ତର୍ଗତ ଅଷ୍ଟମ ଦିବସରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ହରିଜନ ହାତଧୋଇବା ଏବଂ ଜଳ ବ୍ୟବହାର ଉପରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ବିଶେଷଜ୍ଞ ମାନଙ୍କ ଦ୍ୱାରା କରୋନାର ତୃତୀୟ ଲହର ଆଗମନର ସମ୍ଭାବ୍ୟକୁ ନଜରରେ ରଖି ସମସ୍ତେ ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ଅଛି ବୋଲି ସଜ ସଚେତନ କରିଥିଲେ। ଭଲ ଭାବରେ ବାରମ୍ବାର ହାତ ଧୋଇବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ତଥା ସମସ୍ତେ ଟୀକା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀଯୁକ୍ତ ତାଣ୍ଡି। ଏହି ସଚେତନ କାର୍ଯ୍ୟକ୍ରମକୁ ଶିକ୍ଷକ କୁନୁ ହିଆଲ ଏବଂ ଶିକ୍ଷୟତ୍ରୀ ଜେମାମାଣି ପଧାନ ସହଯୋଗ କରିଥିଲେ।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in