କମର୍ଦ୍ଧାରେ ହାତୀ ଉପଦ୍ରବ: ବ୍ୟାପକ ଧାନ ଫସଲ ନଷ୍ଟ

ଲାଞ୍ଜିଗଡ଼: ନର୍ଲା ରେଞ୍ଜରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ଏହି ରେଞ୍ଜ ତଥା ଲାଞ୍ଜିଗଡ଼ ବ୍ଲକ ଅଧିନସ୍ଥ କମର୍ଦ୍ଧା ଗ୍ରାମରେ ସପ୍ତାହେରୁ ଅଧିକ ଦିନ ହେବ ହାତୀପଲ ଜନବସତିମୁହାଁ ହୋଇଛନ୍ତି। ଗତ ସୋମବାର ରାତିରୁ କମର୍ଦ୍ଧା ପୁରଗେଲ୍ ଜଙ୍ଗଲରୁ ଗାଁ ଆଡ଼ ଜମିକୁ ଚାଲି ଆସିଥିଲେ। ଗତ ସପ୍ତାହେ ମଧ୍ୟରେ ୧୦ ଏକରରୁ ଅଧିକ ଜମିରେ ଧାନ ଫସଲକୁ ହାତୀପଲ ମାଡିଚକଟି ନଷ୍ଟ କରିଥିବା ଚାଷୀ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu


ଗତ ବୁଧବାର ରାତିରେ ମଧ୍ୟ ୨୦ ରୁ ଉର୍ଦ୍ଧ୍ବ ହାତୀ ଆସି କମର୍ଦ୍ଧା ଗାଁର ମୁକୁନ୍ଦ ଗଉଡ, ଗଙ୍ଗାଧର ପୁଟେଲ,ତରୁଣ ଭୋଇ, ହେମନ୍ତ ସାହୁ, ଦିଗାମ୍ବର ପୁଟେଲ, ପରମାନନ୍ଦ ପୁଟେଲ, ଉପେନ୍ଦ୍ର ସେଠି,ଯୋଶ ପ୍ରଧାନ, ମହାଦେବ ବୁଦ୍ଧିଆ, ଯୋଗେଶ୍ଵର ହରିଜନ, ବେଣୁ ମାଝୀ, ଭୋଲା ମାଝୀ, ରାଇଧର ପ୍ରଧାନ, ଘନ ମାଝୀ, ନିରାକାର ମୁଣ୍ଡା, ଦୁତା ମାଝୀ, ଘନଲାଲ ପୁଟେଲ, ପୁରୁନ୍ଦର ମାଝୀଙ୍କ ଧାନ ଫସଲକୁ ମାଡ଼ି ନଷ୍ଟ କରିଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna


ପ୍ରାୟ ସମୟରେ ଅନେକ ଚାଷୀଙ୍କ ଫସଲ ହାତୀ ନଷ୍ଟ କରୁଥିବାରୁ ଅଞ୍ଚଳରେ ଚାଷୀଙ୍କ ମନରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ତେଣୁ ହାତୀ ଜଗୁଆଳୀଙ୍କ ଦ୍ଵାରା ହାତୀପଲଙ୍କୁ ଅନ୍ୟତ୍ର ଘଉଡାଇବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଏହାସହ ବନବିଭାଗ ଏହାର ତଦନ୍ତ କରି କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.