ୱାନଷ୍ଟପ୍ ସେଣ୍ଟର (ସଖୀ) ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ କାର୍ଯ୍ୟକ୍ରମ

ରାୟଗଡା, (ଶିବ ନାରାୟଣ ଗୈାଡ): ଯୁବଜ୍ୟୋତି ଯୁବକ ସଂଘ ଭୁବନେଶ୍ୱର ଦ୍ୱାରା ପରିଚାଳିତ ୱାନଷ୍ଟପ୍ ସେଂଟର (ସଖୀ) ରାୟଗଡା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ସ୍ୱଚ୍ଛ ଓ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ରୋଗୀ ଓ ସଂପର୍କୀୟମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଚିକିତ୍ସାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ଅଳିଆ ଆର୍ବଜନା ପଡିଥିବା ସ୍ଥାନଗୁଡିକରେ ଏହି ସଫେଇ କାର୍ଯ୍ୟକ୍ରମ କରାଯିବା ସହ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ତାଙ୍କ ସଂପର୍କୀୟମାନଙ୍କୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରହିବା ନିମନ୍ତେ ସଚେତନତା ସୃଷ୍ଟି କରାଯାଇଥିଲା । ସେହିପରି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ତଥା ଅର୍ନ୍ତବିଭାଗରେ ରହି ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସହ ଥିବା ସଂର୍ପକୀୟ ଏବଂ ବର୍ହିଃବିଭାଗକୁ ଆସୁଥିବା ଲୋକଙ୍କୁ କୋଭିଡ୍‌-୧୯ ଗାଇଡଲାଇନ ଅନୁଯାୟୀ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା ଏବଂ ସାନିଟାଇଜର ବ୍ୟବହାର ଉପରେ ୱାନଷ୍ଟପ୍ ସେଂଟର କାର୍ଯ୍ୟକର୍ତାମାନେ ସଚେତନ କରାଇଥିଲେ ।

Omkar Vasthu
Omkar Vasthu


ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ଡାକ୍ତର ବରଦାକାନ୍ତ ମିଶ୍ର, ମେଡିକଲ ମ୍ୟାନେଜର ସୈାମ୍ୟରଂଜନ ସାହୁ, ଆସିଷ୍ଟାଂଟ ମ୍ୟାନେଜର କସ୍ତୁରୀ ପ୍ରିୟମ୍ବଦା ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠିତ କାର୍ଯ୍ୟକ୍ରମକୁ ନେଇ ପ୍ରଶଂସା କରିଥିଲେ ଏବଂ ଶେଷରେ ଏଡିଏମଓ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ୱାନଷ୍ଟପ୍ ସେଂଟର ପ୍ରଶାସିକା ଶ୍ରୀମତି ଗୀତାରାଣୀ ମିଶ୍ର ପରିଚାଳନା କରିଥିବା ବେଳେ ସେଂଟରର ଅନ୍ୟ କାର୍ଯ୍ୟକର୍ତାମାନେ ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.